Sunstar Tv
କେନ୍ଦ୍ର ସରକାରଙ୍କ ଚାଷୀ , କୃଷି ଓ ଶ୍ରମିକ ନୀତିକୁ ବିରୋଧ କରି ୧୬ ତାରିଖ ଦିନ ଏକାଧିକ ସର୍ଵ ଭାରତୀୟ ଶ୍ରମିକ ସଙ୍ଗଠନ ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରିବ ରାଜ୍ୟର ଏକାଧିକ ଶ୍ରମିକ ସଂଗଠନ ଓ କିଛି ରାଜନୈତିକ ଦଳ।
ଏଆଇସିଟିୟୁ, ସିଟିୟୁ, ସିପିଆଇ, ସିପିଏମ ଭଳି ବିଭିନ୍ନ ବାମପନ୍ଥୀ ଦଳଗୁଡିକର ଶ୍ରମିକ ସଂଗଠନ ଓ ଉଠାଦୋକାନୀ ମହାସଂଘ ଏଥିରେ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ଆସନ୍ତା କାଲି ସାରା ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ। ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ରହିବ ଏହି ବନ୍ଦ ଡାକରା।
ବିଭିନ୍ନ କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପିକେଟିଂ କରିବେ ପ୍ରତିବାଦକାରୀ। ଜୋର ଜବରଦସ୍ତ ଲୋକଙ୍କୁ ରାସ୍ତାରେ ଅଟକାଯିବ ନାହିଁ। ଲୋକଙ୍କୁ ପ୍ରତିବାଦକାରୀଙ୍କ ପକ୍ଷରୁ ବୁଝାଯିବ। ଲୋକମାନେ ନିଜଆଡୁ ଏହାକୁ ସମର୍ଥନ ଜରିବେ ବୋଲି ପ୍ରତିବାଦକାରୀ ସଂଗଠନ ଆଶା ରଖିଛି।
କଂଗ୍ରେସର ଶ୍ରମିକ ସଂଗଠନ ଏହାକୁ ସମର୍ଥନ କରିବ ବୋଲି ଆଶା କରିଛନ୍ତି ପ୍ରତିବାଦକାରୀ। ଭୁବନେଶ୍ୱର ରେ ସକାଳ ୮ଟାରୁ ପ୍ରତିବାଦ ଆରମ୍ଭ ହେବ ବୋଲି କୁହାଯାଇଛି।