SunstarTV
ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ଖୁସି ଖବର । ଆମ୍ବୁଲାନ୍ସ ଡ୍ରାଇଭର, ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ଫେବ୍ରୁଆରୀରୁ ଏହା ଲାଗୁ ହେବ। ବେସିକ ଦରମା ବାଦ ସେମାନେ ଏହି ଭତ୍ତା ପାଇବେ। ଏହି ଅର୍ଥ ରାଜ୍ୟ ଆମ୍ବୁଲାନ୍ସ ଷ୍ଟାଫ ପାଣ୍ଠିରୁ ପ୍ରଦାନ କରାଯିବ।
ବିଭିନ୍ନ ଜିଲ୍ଲାଗସ୍ତ କାଳରେ ଭତ୍ତା ବଢାଇବା ଲାଗି ଫାଇବ -ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିକଟରେ ଅନୁରୋଧ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ଜରୁରୀ ମେଡିକାଲ ଆମ୍ବୁଲାନ୍ସ ସେବା ପାଲଟିଛି ଲାଇଫଲାଇନ। ମାର୍ଚ୍ଚ ୨୦୧୩ରୁ ଏହି ସେବା ଆରମ୍ଭ ହୋଇଛି। ରାଜ୍ଯରେ ବର୍ତ୍ତମାନ ୪୧୧ ଏଏଲଏସ ଆମ୍ବୁଲାନ୍ସ ସମେତ ୧୩୬୬ଟି ଆମ୍ବୁଲାନସ ଓ ୬ଟି ବୋଟ ଆମ୍ବୁଲାନ୍ସ ରହିଛି। ପ୍ରତିମାସରେ ପ୍ରାୟ ୧ ଲକ୍ଷ ୩୦ ହଜାର ରୋଗୀଙ୍କୁ ସେବା ଯୋଗାଉଛି ୧୦୮ ଆମ୍ବୁଲାନ୍ସ। ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟମା, କୋଭିଡ କାଳରେ ଆମ୍ବୁଲାନ୍ସ ସେବାର ଉଦାହରଣ ଅନନ୍ୟ।
ଏଣିକି ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ମିଳିବ ୩ ହଜାର ଟଙ୍କା । ବର୍ତ୍ତମାନ ପାଉଥିବା ବେତନ ସହ ଅତିରିକ୍ତ ଭାବେ ମିଳିବ ଏହି ପ୍ରୋତ୍ସାହନ ରାଶି । ଚଳିତ ଫେବ୍ରୁଆରୀ ମାସରୁ ମିଳିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ କଳାକାରଙ୍କ ପାଇଁ ବଡ଼ ଘୋଷଣା କରିଥିଲେ। କଳାକାରମାନଙ୍କ ସହାୟତା ରାଶିରେ ବୃଦ୍ଧି। କଳାକାରମାନେ ପାଇବେ ମାସକୁ ୨୦୦୦ ଟଙ୍କା ସହାୟତା। ୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫୦୦। ଉପକୃତ ହେବେ ୮୦ ହଜାର କଳାକାର। ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାରମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।