SunstarTV
ଆବୁ ଧାବୀରେ ନିର୍ମିତ ଏହି ହିନ୍ଦୁ ମନ୍ଦିରକୁ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ସଂସ୍କୃତି ଏବଂ ଆମର ବିଶ୍ୱାସ ଆମକୁ ବିଶ୍ୱର କଲ୍ୟାଣ ପାଇଁ ସଂକଳ୍ପ ନେବାକୁ ଉତ୍ସାହିତ କରେ। ‘ସବକା ସାଥ, ସବକା ବିକାଶ,ମନ୍ତ୍ର ଉପରେ ଭାରତ କାର୍ଯ୍ୟ କରୁଛି। ସେ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଆବୁଧାବି ମନ୍ଦିରର ମାନବିକ ପ୍ରେରଣା ଆମର ସଂକଳ୍ପକୁ ଶକ୍ତି ପ୍ରଦାନ କରିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଇଶ୍ବର ମୋତେ ଦେଇଥିବା ସମୟର ପ୍ରତ୍ୟେକ ମୁହୂର୍ତ୍ତ କେବଳ ମାତା ଭାରତ ପାଇଁ ମୁଁ ଏହି ଦେଶ ବାସୀଙ୍କ ପାଇଁ କାର୍ଯ୍ୟ କରି ଚାଲିବି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ହେଉଛି ଭାରତର ଅମୃତକାଳ । ଏହା ମଧ୍ୟ ଆମର ବିଶ୍ୱାସ ଏବଂ ସଂସ୍କୃତିର ସମୟ। ସେ କହିଛନ୍ତି, “ଗତ ମାସରେ ୫ଶହ ବର୍ଷର ଅପେକ୍ଷା ତଥା ଅଯୋଧ୍ୟାରେ ରାମ ମନ୍ଦିରର ପୁରୁଣା ସ୍ୱପ୍ନ ପୂରଣ ହୋଇଥିଲା। ରାମଲାଲା ଏବେ ତାଙ୍କ ଆଶନରେ ବିରାଜ ମାନ । ସମଗ୍ର ଭାରତ ଏବଂ ପ୍ରତ୍ୟେକ ଭାରତୀୟ ଏବେ ବି ରାମ ପ୍ରେମ ଭାବନାରେ ବୁଡି ରହିଛନ୍ତି ।
ସୂଚନା ମୁତାବକ ଏହି ମନ୍ଦିର ୨୭ ଏକରରେ ବ୍ୟାପି ରହିଛି ଯାହାକୁ ନିର୍ମାଣ କରିବା ପାଇଁ ୭ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ମନ୍ଦିର ଏତେ ମଜଭୁତ ରହିଛି କି ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଏହା ଅକ୍ଷୁର୍ଣ୍ଣ ରହିବ।ଏହି ସ୍ୱାମୀନାରାୟଣ ମନ୍ଦିରର ଉଚ୍ଚତା ୧୦୮ଫୁଟ , ଲମ୍ବ୨୬୨ ଫୁଟ ଓ ଉଚ୍ଚତା ୧୮୦ ଫୁଟ ।
ଭଗବାନ ସ୍ୱାମୀ ନାରାୟଣ ମନ୍ଦିରର କାନ୍ଥରେ ହିନ୍ଦୁ ଧର୍ମ ଓ ବିଶ୍ୱର ଅନ୍ୟ ଧର୍ମର ସଂସ୍କୃତି, ସଭ୍ୟତା ଉପରେ ଆଧାରିତ ୨୫୦ରୁ ଅଧିକ କାହାଣୀକୁ ଖୋଦିତ କରାଯାଇଛି । ଏହି ମନ୍ଦିରରେ ୭ ଶିଖର ରହିଛି ଯାହା ଭାରତର ଅଲଗା ଅଲଗା ରାଜ୍ୟର ଦେବତାଙ୍କୁ ସମର୍ପିତ ।ଏହି ମନ୍ଦିରରେ ସାତୋଟି ଶିଖର ରହିଛି ଯାହାକି ଦେଶର ପ୍ରତ୍ୟେକ ଏମିରେଟ୍କୁ ପ୍ରତିନିଧିତ୍ୱ କରୁଛି । ବୋକସାନବାସୀ ଅକ୍ଷର ପୁରୁଷୋତ୍ତମ ସ୍ଵାମୀନାରାୟଣ ସଂସ୍ଥା ବିଏପିଏସ ପକ୍ଷରୁ ଏହି ମନ୍ଦିର ନିର୍ମାଣ ହୋଇଛି।