KL Rahul: ଫେବୃଆରୀ ୧୫ରୁ ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ରାଜକୋଟରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ବିରାଟ କୋହଲିଙ୍କ ପରେ ଭାରତୀୟ ଦଳର ଷ୍ଟାର କ୍ରିକେଟର ଏବି ମ୍ୟାଚ୍ରୁ ବାଦ ପଡ଼ିଛନ୍ତି।
ତାଙ୍କ ସ୍ଥାନରେ ଦେବଦତ୍ତ ପାଡ଼ିକଲଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଏହି ଖେଳାଳି ଆଉ କେହି ନୁହଁନ୍ତି ବରଂ ଷ୍ଟାର କ୍ରିକେଟ୍ର କେ.ଏଳ ରାହୁଲ।
ସେହିପରି କେ.ଏଲ ରାହୁଲ ଦଳରୁ ବାଦ ପଡ଼ିବା ପରେ ବର୍ତ୍ତମାନ ଜାଡେଜାଙ୍କୁ ନେଇ ପ୍ରଶ୍ନ ଉଠିଛି। ଉଭୟ କେ.ଏଲ ରାହୁଲ ଓ ଜାଡେଜା ବିଶାଖାପାଟନମ୍ରେ ଖେଳା ଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରୁ ବାଦ ପଡ଼ିଥିଲେ।
ସୋମବାର ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଥିଲା, ‘ବର୍ତ୍ତମାନ କେଏଲ ରାହୁଲ ୯୦ ପ୍ରତିଶତ ଫିଟ୍ ଅଛନ୍ତି। ୧୦୦ ପ୍ରତିଶତ ଫିଟ୍ ହେବା ପରେ ତାଙ୍କୁ ମ୍ୟାଚ୍ ଫିଟ୍ ଘୋଷଣା କରାଯିବ।’’ ଅର୍ଥାତ୍ ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ବେଳକୁ ସେ ଫିଟ୍ ହେବା ନେଇ ସମ୍ଭାବନା ରହିଛି।
ସେପଟେ ରବିନ୍ଦ୍ର ଜାଡେଜା ଖେଳିବେ କି ନାହିଁ, ସେନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ନିକଟରେ ସାମ୍ନାକୁ ଆସିଥିବା ଫଟୋରେ ଜାଡେଜା ଦଳ ସହ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।