ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଅନୁଷ୍ଠିତ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ । ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଦଳୀୟ କର୍ମୀମାନେ ଯୋଗ ଦେଇଛନ୍ତି ।ତେବେ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଛନ୍ତି ଦଳର ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ଦଳ ର ସୁପ୍ରିମୋ ।
ସେ ଏଥିସହିତ ଆଉ ଏକ ବଡ ଘୋଷଣା ମଧ୍ୟ କରିଛନ୍ତି । ଏଥର ନେତାମାନଙ୍କ ସମ୍ପତ୍ତି ବିଷୟରେ ସାଧାରଣ ଜନତା ମଧ୍ୟ ଜାଣି ପାରିବେ । ଦୁର୍ନୀତିକୁ ରୋକିବା ପାଇଁ ଏପରି ନିଷ୍ପତି ନେଇଛନ୍ତି ଦଳର ସୁପ୍ରିମୋ । ସେ କହିଛନ୍ତି ଯେ ପବ୍ଲିକ ଡୋମେନ୍ରେ ରହିବ ସମ୍ପତ୍ତି ତାଲିକା । ସବୁ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖକୁ ପଠାଯିବ । ତଳରୁ ଉପର ସମସ୍ତ କର୍ମଚାରୀଙ୍କ ସମ୍ପତ୍ତିର ତାଲିକା ବାଧ୍ୟତାମୂଳକ ଭାବେ ରଖାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ଲୋକ ପ୍ରତିନିଧିଙ୍କ ସମ୍ପତ୍ତିର ତାଲିକା ଦେବା ମଧ୍ୟ ବାଧ୍ୟତାମୂଳକ । ଦୁର୍ନୀତି ରୋକିବା ଦିଗରେ ଏପରି କଡା ପଦକ୍ଷେପ ନେବାରେ ଓଡିଶା ପ୍ରଥମ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।