SunstarTV
ଲାଣ୍ଡ ଫର ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି କୋର୍ଟ ଆଶ୍ୱସ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ, ଝିଅ ମିସା ଭାରତୀ ଏବଂ ହେମା ଯାଦବଙ୍କୁ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରୁ ଆରାମ ମିଳିଛି। ରେଳବାଇରେ ଜମି-ଜାଲିଆତି ମାମଲାରେ ଫେବୃଆରୀ ୨୮ ପର୍ଯ୍ୟନ୍ତ ଏହି ତିନିଜଣଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି।
ଏହି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଙ୍କ ଅଭିଯୋଗ ପରେ ସ୍ୱତନ୍ତ୍ର କୋର୍ଟ (ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) ବିହାରର ଲାଲୁ ପରିବାରର ଅନେକ ସଦସ୍ୟଙ୍କୁ ଡକାଇଥିଲେ। ଏଥିରେ ଲାଲୁ ଯାଦବଙ୍କ ପତ୍ନୀ ରାବଡ଼ି ଦେବୀ , ଝିିଅ ମିଶା ଏବଂ ହେମା ଅନ୍ତର୍ଭୁକ୍ତ ଥିଲେ।
ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା। ୨୦୧୭ରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।
ନୂଆଦିଲ୍ଲୀ, ଜବ୍ସ ସ୍କାମ କେସ୍ (PMLA) ର ସ୍ୱତନ୍ତ୍ର କୋର୍ଟରେ ଏହି ଅଭିଯୋଗ ଉପସ୍ଥାପନ କରାଯାଇଥିଲା। ଜାନୁଆରୀ ୨୭ ରେ ସ୍ୱତନ୍ତ୍ର ଅଦାଲତ ଏହା ଉପରେ ଶୁଣାଣି କରିଥିଲେ ଏବଂ ପରବର୍ତ୍ତୀ ଶୁଣାଣି ପାଇଁ ଫେବୃଆରୀ ୯ ରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲେ।
ଗତ ବର୍ଷ ନଭେମ୍ବରରେ ଲାଲୁ ପ୍ରସାଦ ଏବଂ ତାଙ୍କ ପରିବାରକୁ ଅର୍ଥ ହେରଫେର ଅଭିଯୋଗରେ ପଚାରୁଚୁରା କରିବା ସହ ଲାଲୁ ଙ୍କୁ ଇଡି ଗିରଫ କରିଥିଲା। ସେ ବର୍ତ୍ତମାନ ନ୍ୟାୟିକ ଅଧୀନରେ ଅଛନ୍ତି। ସୋମବାର, ଇଡି ଏହାର ପାଟନା କାର୍ଯ୍ୟାଳୟରେ ୭୫ ବର୍ଷିୟ ଲାଲୁ ପ୍ରସାଦଙ୍କୁ ପଚରାଉଚରା କରି ତାଙ୍କ ବିବୃତ୍ତି ରେକର୍ଡ କରିଛି। ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପାଟନାକୁ ଡକାଯାଇଛି।