SunStar TV
Astrology Tips: ଦୁନିଆରେ କେଉଁ ବ୍ୟକ୍ତି କେଉଁ ସ୍ଵଭାବର ତାହା କେହି ଜାଣିପାରନ୍ତି ନାହିଁ। ହେଲେ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ରାଶିଫଳ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ରାଶି ଚକ୍ରର ୧୨ଟି ରାଶି ସହିତ ଜଡିତ, ରାଶି ଅନୁଯାୟୀ ଜାଣିହୁଏ କେଉଁ ବ୍ୟକ୍ତିଙ୍କ ସ୍ଵଭାଵ କି ପ୍ରକାର ହୋଇଥାଏ।
ଆଜି ଆପଣକୁ ୧୨ଟି ରାଶିର ବ୍ୟକ୍ତିମାନଙ୍କ ସ୍ଵଭାଵ କିପରି ହୋଇଥାଏ ସେ ବିଷୟରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ଏହି ରାଶିର ବ୍ୟକ୍ତିମାନଙ୍କ ସ୍ଵଭାଵ ବିଷୟରେ କିଛିଟା ଜାଣିବା…
ମେଷ- ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ, ଏମାନେ ସର୍ବଦା ଖୁସିରେ ରହିଥାନ୍ତି। ଏହି ବ୍ୟକ୍ତିମାନଙ୍କ ସ୍ଵଭାଵ ବହୁତ ଭଲ ହୋଇଥାଏ, ନିଜର ଭଲ ସ୍ଵଭାଵ ପାଇଁ ଏମାନେ ସର୍ବଦା ଖୁସିରେ ରହିଥାନ୍ତି।
ବୃଷ –ଏହି ବ୍ୟକ୍ତିମାନେ ଭଲ ସ୍ଵଭାଵର ହୋଇଥାନ୍ତି, ଏମାନେ ସର୍ବଦା ଓ ସବୁସ୍ଥାନରେ ନିଜର ଖୁସି ଖୋଜିଥାନ୍ତି। ଏହି ବ୍ୟକ୍ତିମାନଙ୍କ ଜୀବନରେ କେବେ ଅଭାବ ରହିନଥାଏ, ସର୍ବଦା ହସଖୁସିରେ ଜୀବନ ଅତିବାହିତ କରିବାପାଇଁ ଚେଷ୍ଟା କରନ୍ତି।
ମିଥୁନ-ଏହି ବ୍ୟକ୍ତିମାନେ ସର୍ବଦା ନିଜର ଭାବନାକୁ ନିଜ ପାଖରେ ଲୁଚି ରଖିବା ପାଇଁ ଚେଷ୍ଟା କରିଥାନ୍ତି ତେଣୁ ଏମାନେ ସର୍ବଦା ଚିନ୍ତାରେ ରହିଥାନ୍ତି। ଆପଣ ନିଜର ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରିବାପାଇଁ ଚେଷ୍ଟା କରନ୍ତୁ ଦେଖିବେ ଆପଣ ବହୁତ ଖୁସିରେ ରହିବେ।
କର୍କଟ- କର୍କଟ ରାଶିର ବ୍ୟକ୍ତିମାନେ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରିଥାନ୍ତି, ଆପଣ ସର୍ବଦା ଚିନ୍ତା ମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ସମସ୍ତଙ୍କ ସହିତ ମିଶିବା ପାଇଁ ଚେଷ୍ଟା କରନ୍ତି ତେବେ ଆପଣ ବହୁତ ଖୁସିରେ ରହିପାରିବେ।
ସିଂହ- ଏହି ବ୍ୟକ୍ତିମାନେ ବହୁତ ସ୍ନେହୀ ସ୍ଵଭାଵର ହୋଇଥାନ୍ତି, ଏମାନେ ଲୋକମାନଙ୍କ ସହିତ ଖୁବ ଶୀଘ୍ର ମିଶିଯାନ୍ତି ତେଣୁ ଏମାନଙ୍କୁ ସବୁକ୍ଷେତ୍ରରେ କାମ ହାସଲ କରିବାପାଇଁ ସୁବିଧା ହୋଇଥାଏ। ଏମାନେ ତାଙ୍କ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଥାନ୍ତି।
କନ୍ୟା-ଏହି ବ୍ୟକ୍ତିମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି, ଏମାନେ ସର୍ବଦା ଅନ୍ୟଖୁସି ପାଇଁ ଲଢ଼ିଥାନ୍ତି। ନିଜର ଖୁସି କଥା କେବେ ଚିନ୍ତା କରନ୍ତି ନାହିଁ ଏହି ସ୍ଵଭାଵ ପାଇଁ ଏମାନଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି।
ତୁଳା- ଏହି ବ୍ୟକ୍ତିମାନେ ବହୁତ ଭଲ ହୋଇଥାନ୍ତି, ଯେଉଁମାନେ ଜୀବନ ସାଥି ବାଛିଛନ୍ତି ସେମାନେ ପ୍ରେମ ବିବାହ ନିଶ୍ଚିତ କରିବେ। ମାତ୍ର ଆପଣ ନିଜ ଜୀବନ ସାଥି ଉପରେ ସର୍ବଦା ବିଶ୍ୱାସ କରନ୍ତୁ ନାହିଁ ନହେଲେ ବହୁତ ହଇରାଣ ହେବେ।
ବିଛ- ଏହି ରାଶିର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି କିନ୍ତୁ ନିଜର କ୍ରୋଧ ପାଇଁ ଏହି ବ୍ୟକ୍ତିମାନେ ଅନେକ ସ୍ଥାନରେ ଅସଫଳ ହୋଇଥାନ୍ତି। ତେଣୁ ଆପଣ ନିଜର ରାଗକୁ ସର୍ବଦା ନିଜ ଆୟତରେ ରଖିବାପାଇଁ ଚେଷ୍ଟା କରନ୍ତୁ।
ଧନୁ- ଏମାନେ ସର୍ବଦା ନିଜର ଭବିଷ୍ୟତ ପାଇଁ ଅଧିକ ଚିନ୍ତା କରିଥାନ୍ତି କିନ୍ତୁ ବର୍ତ୍ତମାନରେ ବିଶ୍ୱାସ କରନ୍ତି। ବର୍ତ୍ତମାନ କରୁଥିବା କାର୍ଯ୍ୟ ସେମାନେ ନିଜ ଅନୁସାରେ ବହୁତ ଭଲ କରିଥାନ୍ତି ତେଣୁ ଏମାନେ ଜୀବନରେ କେବେ ଦୁଃଖ କଷ୍ଟ ପାଇନଥାନ୍ତି।
ମକର- ଏମାନେ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲନ୍ତି ମାତ୍ର ଯଦି ଜୀବନରେ ହାରିଯାନ୍ତି ତେବେ ବହୁତ ନିରାଶ ହୋଇପଡନ୍ତି।
କୁମ୍ଭା- ଆପଣ ସମସ୍ତଙ୍କ ସହିତ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ କାରଣ ଏହି ଦୁନିଆରେ ଆପଣ ଶତ୍ରୁର ଅଭାବ ନାହିଁ। ତେଣୁ ଆପଣ ଦେଖିକରି ବନ୍ଧୁତା ସ୍ଥାପନ କରନ୍ତୁ।
ମୀନ- ଆପଣ ସର୍ବଦା ନିଜ ସମସ୍ୟାର ସମାଧାନ ନିଜେ କରିବା ପାଇଁ ଚେଷ୍ଟା କରନ୍ତି ତେଣୁ ଆପଣଙ୍କ ଏହି ଚିନ୍ତାଧାରା ପାଇଁ ଆପଣ ବେଳେବେଳେ ବହୁତ ଅସୁଵିଧାରେ ପଡ଼ନ୍ତି।