SunStar TV
ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପୁଣି ଥରେ ପିତା ହେବାକୁ ଯାଉଛନ୍ତି। ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ଏହା ସୂଚନା ଦେଇଛନ୍ତି ।
ବାସ୍ତବରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚରୁ କିଙ୍ଗ କୋହଲି ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଯାହା ଶୁଣିବାକୁ ମିଳୁଥିଲା ଯେ ସେ ବର୍ତ୍ତମାନ ତାଙ୍କ ପତ୍ନୀଙ୍କ ସହ ଅଛନ୍ତି। ବିରାଟଙ୍କ ପତ୍ନୀ ଅନୁଷ୍କା ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା।
ଏବେ କିଙ୍ଗ କୋହଲିଙ୍କ ସ୍ୱତନ୍ତ୍ର ବନ୍ଧୁ ଡି ଭିଲିୟର୍ସ କହିଛନ୍ତି ଯେ ଷ୍ଟାର ବ୍ୟାଟ୍ସମ୍ୟାନ୍ଙ୍କ ଘର ପୁଣି ଥରେ ପୁଣି ଥରେ ଖୁସି ଖବର ଆସିବାକୁ ଯାଉଛି। ଡି ଭିଲିୟର୍ସ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବିରାଟ କୋହଲିଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ ସମୟ । ଆଉ ଗୋଟେ ପିଲା ସେମାନଙ୍କ ଘରକୁ ଆସିବାକୁ ଯାଉଛନ୍ତି।ଡି ଭିଲିୟର୍ସ ପ୍ରଶଂସକଙ୍କୁ ଦେଇଥିବା ଉତ୍ତରରେ ଏହା ପ୍ରକାଶ କରିଛନ୍ତି।
ସୂଚନା ମୁତାବକ ବିରାଟ ଓ ଅନୁଷ୍କା ୧୧ ଡ଼ିସେମ୍ବର ୨୦୧୭ରେ ଇଟଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅନୁଷ୍କାଙ୍କୁ ସମୟ ଦେବା ପାଇଁ ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରୁ ଅଧାରୁ ପଳାଇ ଆସିଥିଲେ।