ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ହଟିଲା ନିଲମ୍ବନ , ଘରକୁ ବାହୁଡିଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ। ଏନେଇ ସୂଚନା ଦେଲେ ପ୍ରଭାରୀ ଅଜୟ କୁମାର। ସାଧାରଣ ନିର୍ବାଚନ ପୂର୍ବରୁ ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଘର ବାହୁଡା। ଏମିତିକି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ କଂଗ୍ରେସ କୁ ଫେରିଲେ। ସୂଚନା ଯୋଗ୍ୟ ଯେ, ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଥିଲେ ମୋକିମ ଓ ଚିରଞ୍ଜୀବ।ଦଳୀୟ ଶୃଙ୍ଖଳା ଭଙ୍ଗ କରି ଦଳରୁ ନିଲମ୍ବନ ହୋଇଥିଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସର ୯ ରୁ ୯୦ ମିଶନ ପାଇଁ ଦଳ କୁ ପୁଣି ଫେରୁଛନ୍ତି ନେତା ବୋଲି ହେଉଛି ଚର୍ଚ୍ଚା । ଦୁଇ ବରିଷ୍ଠ ନେତାଙ୍କ ଘର ବାହୁଡା ବର୍ତ୍ତମାନ ସ୍ଥିତିରେ ଏହି ମିଶନ ସଫଳ ହେବାର ସଂକେତ ଦେଉଛି ।