ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିବାଦ ପରେ ୩ଜଣ କ୍ୟାବିନେଟ ମନ୍ତ୍ରୀ ହେଲେ ନିଲମ୍ବନ। ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଦେଇଥିବା ଟିପ୍ପଣୀ ତାଙ୍କୁ ମହଙ୍ଗା ପଡିଛି। ମନ୍ତ୍ରୀ ମାଲଶା, ମରିୟମ ଶିୟୁନା ଏବଂ ହାସନ ଜିହ୍ୱାନଙ୍କୁ ମାଳଦ୍ଵୀପ ସରକାର ନିଲମ୍ବନ କରିଛନ୍ତି।
ଏହି ସମ୍ପର୍କିତ ଖବର ପ୍ରସାରଣ କରିଛି ସ୍ଥାନୀୟ ଗଣମାଧ୍ୟମ ATOLL TIMES। ନିକଟରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ଵୀପର ଫଟୋ ପୋଷ୍ଟ ପରେ ଲାକ୍ଷାଦ୍ଵୀପକୁ ମାଳଦ୍ଵୀପ ସହ ତୁଳନା କରାଯାଇଥିଲା। ଏହାକୁ କେନ୍ଦ୍ର କରି ମାଳଦ୍ଵୀପର ମନ୍ତ୍ରୀ ଭାରତ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ। ଏପରିକି ମାଳଦ୍ଵୀପ ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ମରିୟମ ଶିୟୁନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋକର ଏବଂ କଣ୍ଢେଇ କହି ପରିହାସ କଲା ପରି ଏକ ପୋଷ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ପୋଷ୍ଟଟି ଡିଲିଟ କରିଥିଲେ ମଧ୍ୟ ବିବାଦ ଥମିବାର ନା ନେଇନାହିଁ। ଏହି ବିବାଦ କୁ ନେଇ ଏକ୍ସରେ ଟ୍ରେଣ୍ଡ କରିଥିଲା #BoycutMaldives । ତେବେ ମାଳଦ୍ଵୀପ କୁ ସର୍ବାଧିକ ଭ୍ରମଣ କରୁଥିବା ବଲିଉଡ କଳାକାର ମାନେ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।
ଏପରି ଆପତ୍ତିଜନକ ଘଟଣାକୁ ପ୍ରଶୟ ଦିଆଯିବନାହିଁ କହିଥିଲେ ମାଳଦ୍ଵୀପ ସରକାର। ଏହା ସହ ଉକ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ବହିଷ୍କାର କରାଯାଇଥିବା ଚର୍ଚା ହେଉଛି ।