ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍ସବମୁଖର ହୋଇଛି ସାରା ବିଶ୍ବ। ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରାଯାଉଛି। ଶ୍ରଦ୍ଧାଳୁ ପ୍ରାର୍ଥନା କରି ପ୍ରଭୁଙ୍କ ଧରାବତରଣକୁ ପାଳନ କରିଛନ୍ତି। ବିଭିନ୍ନ ଚର୍ଚ୍ଚରେ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଏହି ଦିନକୁ ବଡ଼ଦିନ ମଧ୍ୟ କୁହାଯାଏ। ଲୋକେ କୁହନ୍ତି ଯେ, ଆଜି ଠାରୁ ଦିନ ଧୀରେ ଧୀରେ ବଢ଼ିବାରେ ଲାଗିଥାଏ। ସେପଟେ ଖ୍ରୀଷ୍ଟମାସ ପାଇଁ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟର ଚର୍ଚ୍ଚରେ ଲାଗିଛି ଗହଳି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଖ୍ରୀଷ୍ଟଧର୍ମାବଲାମ୍ବୀ। ସେ ଜନ୍ମ ହେବା ସହ ଖ୍ରୀଷ୍ଟାବ୍ଦର ଆରମ୍ଭ ହୋଇଥିବା କୁହାଯାଉଛି। ଶେଷ ଜୀବନରେ ଯୀଶୁଙ୍କୁ କୁଶବିଦ୍ଧ କରାଯାଇ ହତ୍ୟା କରାଯାଇଥିଲା। ଏନେଇ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲରେ ଉଲ୍ଲେଖ କରାଯାଇଛି।