ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ଭାରତର ଆନ୍ତଃରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବ । କାଲି ୪.୩୦ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ମହୋତ୍ସବକୁଉଦଘାଟନ କରିବାକୁ ଯାଉଛନ୍ତି । ତେବେ ଏହାର ଉଦ୍ଯାପନୀ ସମାରୋହରେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ୨୧ ଡିସେମ୍ଵର ଅର୍ଥାତ ଆସନ୍ତାକାଲି ଭାରତର ସୁନାମଧନ୍ୟ ବୈଜ୍ଞାନିକ ରାମନୁଜନଙ୍କ ଜନ୍ମ ଦିବସ ଅବସରରେ ଏହି ବିଜ୍ଞାନ ମହୋତ୍ସବ ଅନୁଷ୍ଠିତ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଡଃ. ହର୍ଷ ବର୍ଦ୍ଧନ । ଡିସେମ୍ବର ୨୧ରୁ ୨୫ ଯାଏଁ ବିଜ୍ଞାନ ମହୋତ୍ସବ ଆୟୋଜିତ ହେବ । ତେବେ ଏହି ସମାରେହର ଥିମ ରହିଛି ‘ସାଇନ୍ସ ଅଫ୍ ସେଲ୍ଫ ରିଲାୟଡ ଇଣ୍ଡିଆ ଆଣ୍ଡ ଗୋବ୍ଲାଲ ଓ୍ଵେଲ୍ଫାୟାର’ ।
Prime Minister Narendra Modi will inaugurate the India International Science Festival-2020 at 4:30 pm tomorrow. On December 25, Vice President M Venkaiah Naidu will participate in the closing ceremony of the festival: Union Minister Dr Harsh Vardhan https://t.co/QUDAmu6BZz
— ANI (@ANI) December 21, 2020