ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ୨ ଦିନିଆ ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। 5T ଅଧ୍ୟକ୍ଷ ଗସ୍ତର ଦ୍ବିତୀୟ ଦିନରେ MKCG ମେଡିକାଲ ଗଲେ। ମେଡିକାଲର କ୍ୟାନସର ହସ୍ପିଟାଲ ବୁଲି ଦେଖିଥିଲେ। ୨.୮୭ ଏକର ଜମିରେ କ୍ୟାନସର ହସ୍ପିଟାଲ ତିଆରି ହେଉଛି। ମେଡିକାଲରେ ୫ ପ୍ରକାରର ଖେଳର ଉନ୍ନତିକରଣ ଓ ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ହଲ ପାଇଁ ପ୍ରତିଶ୍ରୁତି ଦେଲେ। ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ ଭିକେ ପାଣ୍ଡିଆନ।
ଗଞ୍ଜାମ ଗସ୍ତରେ ଯାଇ 5T ଅଧ୍ୟକ୍ଷ ସୂଚନା ଦେଇଛନ୍ତି ଯେ, କଟକ SCB ପରି ରୂପାନ୍ତରିତ ହେବ MKCG। ଦୁଇରୁ ଅଢ଼େଇ ବର୍ଷ ଭିତରେ MKCG କାମ ସରିବ। କୁସୁମୀ ରିଂ ରୋଡ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ। ଟ୍ରାଫିକ ସମସ୍ୟାର ସମାଧାନ ରିଂରୋଡର ମୁଖ୍ୟ ଉଦ୍ଦେଶ୍ୟ, ୨୨୫ କୋଟି ଟଙ୍କାର ରିଂରୋଡ କାର୍ଯ୍ୟ ଚାଲିଛି। ଆସନ୍ତା୨ ବର୍ଷ ମଧ୍ୟରେ ରିଂ ରୋଡ କାମ ଶେଷ ହେବାର ଲକ୍ଷ୍ୟ ରହିଛି।