ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଉ ୪୮ ଘଣ୍ଟା ପରେ ମିଳିବ ପତିତପାବନଙ୍କ ଦର୍ଶନ । ତେବେ ଏହାର ପୂର୍ବପ୍ରସ୍ତୁତିରେ ଲାଗି ପଡିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ । ମନ୍ଦିର ଦର୍ଶନ ପୂର୍ବରୁ ସବିଶେଷ ଆଲୋଚନା ପାଇ ବୈଠକ ଡକାଯାଇଥିଲା ।ଏହାପରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ପ୍ରେସମିଟ ଡକାଇ ଏହି ବିଷୟରେ ସୂଚନା ଦେଇଛନ୍ତି । କରୋନା ଗାଇଡଲାଇନ ଅନୁସାରେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ଭିତରକୁ ପ୍ରବେଶ ପାଇଁ ଜାରି ହୋଇଥିବା SOP କୁ ଅନୁକରଣ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି ।
ଡିସେମ୍ବର ୨୩ ରୁ ୨୬ ଯାଏଁ କେବଳ ମନ୍ଦିର ସେବାୟତଙ୍କ ପରିବାର ଜଗାର ଦର୍ଶନ ପାଇପାରିବେ । ତେବେ ଏହାପରେ ୨୬ରୁ ୩୧ ଯାଏଁ ପୁରୀ ସହର ବାସିନ୍ଦା ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ପ୍ରତି ଓ୍ଵାର୍ଡବାସୀଙ୍କୁ ୪ ଘଣ୍ଟା ଯାଏଁ ଜଗନ୍ନାଥଙ୍କୁ ଦର୍ଶନ କରିବାର ଅନୁମତି ଦିଆଯିବ । ତେବେ କେଉଁ ଓ୍ଵାର୍ଡକୁ କେତେବେଳେ ଦର୍ଶନ ସୁବିଧା ମିଳିବ ତାହା ସ୍ଥିର କରି ଜଣାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପରିଚୟ ପତ୍ର ଦେଖାଇବାକୁ ୮ ରୁ ୧୦ ଟି କାଉଣ୍ଟର ବ୍ୟବସ୍ଥା ରହିବ । ତେବେ ପରିଚୟ ପତ୍ର ନଥିଲେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ।
ସାନିଟାଇଜର ଓ ମାକ୍ସ ବ୍ୟବହାର କରି ମନ୍ଦିର ଭିତରକୁ ଯାଇପାରିବେ । ଜୋତା ଓ ମୋବାଇଲ ରଖିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ।