ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ରାଜ୍ୟ କଂଗ୍ରେସର ମୁଖ୍ୟ ଅନୁମୁଲା ରେଭନ୍ଥ ରେଡ୍ଡୀ। ଏଥିନେଇ କଂଗ୍ରେସ ଦଳ ପକ୍ଷରୁ ମଙ୍ଗଳବାର ନିଷ୍ପତି ନିଆଯାଇଛି। ନୂଆଦିଲ୍ଲୀ ଠାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାଜୁର୍ନ ଖଡ଼ଗେଜ଼ଡ୍ସ ବାସଭବନରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଏନେଇ ଦଳୀୟ କାର୍ଯ୍ୟକାରୀ ସଭାପତି କେ ସି ଭେନୁଗୋପାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ରେଭନ୍ଥ ମାତ୍ର ୬ବର୍ଷ ତଳେ କଂଗ୍ରେସରେ ଯୋଗ ଦେଇଥିଲା ବେଳେ ଖୁବ କମ ସମୟରେ ଦଳୀୟ ନେତା ମାନଙ୍କ ମଧ୍ୟରେ ନିଜର ପ୍ରଭାବ ବିସ୍ତାର କରିବାକୁ ସକ୍ଷମ ହୋଇଥିଲେ। ସେ ତେଲେଙ୍ଗାନାର କାର୍ଯ୍ୟକାରୀ ରାଜ୍ୟ ସଭାପତି ରହିବ ପରେ ସାଂସଦ ଓ ପରେ ପରେ ପୂର୍ଣ୍ଣକାଳୀନ ସଭାପତି ଭାବେ ଦାୟିତ୍ୱରେ ରହିଥିଲେ। ତେବେ ଚଳିତ ଥର ତାଙ୍କ ନେତୃତ୍ୱରେ କଂଗ୍ରେସ ବିଜୟ ଲାଭ କରିଛି।