ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ। ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଷଷ୍ଠୀ ଦେବୀଙ୍କର ପୂଜା କରାଯିବ। ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରି ପୋଢୁଆଁଙ୍କର ଶୁଭ କାମନା କରାଯିବ। ସେପେଟ ଶ୍ରୀମନ୍ଦିରରେ ବି ପୋଢୁଆଁ ହେବେ ମହାପ୍ରଭୁ। ଏଥିପାଇଁ ଗତକାଲି ମହାପ୍ରଭୁଙ୍କ ମାମୁଁଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ପୋଢୁଆଁ ଭାର ଆସିଛି। ଭାରରେ ରହିଛି ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଇତ୍ୟାଦି। ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି। ପାଳିଆ ପୁଷ୍ପାଳକଙ୍କ ଦ୍ବାରା ଶ୍ରୀବିଗ୍ରହମାନଙ୍କୁ ନୂଆବସ୍ତ୍ର ଲାଗି କରାଯିବାର ପରମ୍ପରା ରହିଛି।