ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଟନେଲରେ ଫସିଥିବା ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମିଳିଲା ୨ଲକ୍ଷ ଟଙ୍କାର ସହାୟତା ରାଶି। ଆଜି ଓଡିଶା ଫେରିଛନ୍ତି ୪ଜଣ ଶ୍ରମିକ। ପ୍ରଥମେ ସେମାନଙ୍କୁ ସର୍କିଟ ହାଉସରେ ରଖାଯାଇଥିଲା ଓ ସେଠାରେ ଶ୍ରମମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ପରେ ଅପରାହ୍ନରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଥିଲେ। ଶ୍ରମିକ ମାନଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।