ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପୁସ୍ତକ ଉନ୍ମୋଚନ କରିଛନ୍ତି। ଡ. ଅଜିତ ମିଶ୍ରଙ୍କ ଦ୍ବାରା ଲିଖିତ The Magic Mantra of 5T- A Tale of Transforming Nabarangpur ଓ ଡ. ବିଜୟଲକ୍ଷ୍ମୀ ମହାନ୍ତିଙ୍କ ଦ୍ବାରା ଲିଖିତ President Droupadi Murmu- A reflection of Changing Bharat ପୁସ୍ତକର ଲୋକାର୍ପଣ କରଛନ୍ତି ମୁଖ୍ୟମନ୍ତ୍ରୀ। ନିଜ ପୁସ୍ତକରେ ଡ. ଅଜିତ ମିଶ୍ର ଫାଇଭ-ଟି ଉପକ୍ରମରେ ନବରଙ୍ଗପୁର ଜିଲ୍ଲାର ରୂପାନ୍ତରଣ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗରେ ଗତ କିଛିବର୍ଷ ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ଅଦ୍ଭୁତପୂର୍ବ ଉନ୍ନତି ଆସିଛି।
୨୦୧୮ରୁ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବାବେଳେ ଏହାକୁ ଅନୁଭବ କରିଛନ୍ତି ଡ. ଅଜିତ ମିଶ୍ର। ସେ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି। ଜିଲ୍ଲାପାଳ ଥିବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫାଇଭ-ଟି ଉପକ୍ରମରେ ଜିଲ୍ଲାରେ ସ୍ବାସ୍ଥ୍ୟ, କୃଷି, ଗ୍ରାମପଞ୍ଚାୟତର ଉନ୍ନତି ହେବା ସହ ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ରୂପାନ୍ତର ହୋଇଛି। ସେହିପରି ଡ. ବିଜୟ ଲକ୍ଷ୍ମୀ ମହାନ୍ତି ତାଙ୍କ ପୁସ୍ତକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାୟୋଗ୍ରାଫି ମୟୂରଭଞ୍ଜ ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ଚଳଣି ବିଷୟରେ ବର୍ଣ୍ଣନା କରିଛନ୍ତି। ଡ. ବିଜୟଲକ୍ଷ୍ମୀ ମହାନ୍ତି ଏବେ ଆର୍ଟ ଅଫ ଲିଭିଂରେ ଶିକ୍ଷକତା କରୁଛନ୍ତି।