ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଯାଜପୁର ଥାନା ବିରଜାପୁର ପଂଚାୟତ ଗୁଡ଼ିଆପଦା ସାହିରେ ପୂର୍ବ ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟି କଟୁରୀ ଆକ୍ରମଣ ରେ ଜଣେ ଗୁରୁତର ଜଣେ ଆହତ। ଗୁରୁତର ସୁରେନ୍ଦ୍ର ବଳଙ୍କ ପୁଅ ରାମେଶ୍ବର ବଳ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ ହୋଇଥିବା ବେଳେ ଆହତ ବିଶ୍ୱଜିତ୍ ରାଉତ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଅପରପକ୍ଷରେ ପାଲଟା ଆକ୍ରମଣର ଶିକାର ହୋଇ ବୃନ୍ଦାବନ ରାଉତଙ୍କ ପୁଅ ଦେବେନ୍ଦ୍ର ରାଉତ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ଯାଜପୁର ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।