ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ପଞ୍ଚୁକର କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ। ଏହାକୁ ମହାକାର୍ତ୍ତିକ ମାସର ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ମଧ୍ୟ କୁହାଯାଏ। ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯିବ। ଶ୍ରୀମନ୍ଦିର ଦ୍ୱାର ଫିଟା ପରେ ବିଭିନ୍ନ ନୀତିକାନ୍ତି ବଢ଼ି ଶ୍ରୀଜୀଉମାନଙ୍କ ଅବକାଶ ନୀତି ପରେ ଆଣମ୍ଭ ହେବ ଲକ୍ଷ୍ମୀନୃସିଂହ ବେଶ।
ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ବିଭୂଷିତ ହୋଇ ରତ୍ନସିଂହାସନରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସୋଲ ଓ ଜରିରେ ଡାଳ କରାଯାଇ ସେଥିରେ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ। ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ। ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ।