ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବାବା ଧବଳେଶ୍ବରଙ୍କ ପୀଠରେ ଚାଲିଛି ପଞ୍ଚୁକ ବ୍ରତ। ବାବାଙ୍କ ପାଖରେ ଲାଗି ହୋଇଛି ପ୍ରସିଦ୍ଧ ଗଜ ଭୋଗ। ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇ ମଙ୍ଗଳ ଆଳତୀ କରାଯାଇଥିଲା। ପରେ ୧୦୮ ସୁବାସିତ ଜଳ ଆଣି ସ୍ନାନ କରାଯାଇ ଖେଚୁଡି ଭୋଗ ଓ ଘର୍ଷଣ ପରେ ମହାସ୍ନାନ କରାଯାଇ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇଥିଲା। ଏହାପରେ ଗଜଭୋଗ ଲାଗି କରା ଯାଇଥିଲା। ପୂଜକଙ୍କ ପରିବାର ପକ୍ଷରୁ ଚାଉଳ, ମୁଗ, ଗୁଡ, ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣର ଏହି ଗଜଭୋଗ ପ୍ରସ୍ତୁତି କରାଯାଇଥାଏ। ଏହି ଗଜ ଭୋଗକୁ ପାଇବା ପାଇଁ ଭକ୍ତ ବର୍ଷ ତମାମ ଅପେକ୍ଷା କରି ରହିଥାଏ।