ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅନେକ ଆଶା ଓ ସମ୍ଭାବନା ନେଇ ଭୁବନେଶ୍ୱରରେ ଫିଫା ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ଖେଳୁଥିବା ଭାରତୀୟ ଟିମକୁ ଶକ୍ତ ଝଟକା ଲାଗିଛି। ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଫୁଟବଲ ଟିମ ପରାଜୟ ହୋଇଛି। ଅପେକ୍ଷାକୃତ ଶକ୍ତିଶାଳୀ ତଥା ଫିଫା ରାଙ୍କିଙ୍ଗର ୬୧ ନମ୍ବର ସ୍ଥାନରେ ଥିବା କତାର ୩-୦ ଗୋଲରେ ଭାରତକୁ ହରାଇ ଦେଇଛି।
ଫିଫା ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଖେଳୁଥିବା ଭାରତ ପ୍ରଥମ ମ୍ୟାଚରେ କୁଏତକୁ ୧-୦ରେ ହରାଇଥିଲା। ବିଜୟ ସହ କଳିଙ୍ଗକୁ ଆସିଥିବା ଭାରତୀୟ ଟିମ ଆଜି ମଧ୍ୟ କତାରକୁ କଡ଼ା ଟକ୍କର ଦେବ ବୋଲି ସମସ୍ତେ ଆଶା କରିଥିଲେ। ଏଥିସହ କଳିଙ୍ଗ ଷ୍ଟାଡିୟମରେ ଭାରତ ଚଳିତ ବର୍ଷ କୌଣସି ମ୍ୟାଚ୍ ହାରି ନଥିବାରୁ ଏହି ରେକର୍ଡ କାଏମ ରହିବ ବୋଲି କୁହାଯାଉଥିଲା।