ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍ତରକାଶୀ ଟନେଲ ଧସିବା ଘଟଣାରେ ଉପରୁ ଡ୍ରିଲିଂ ଆରମ୍ଭ ହୋଇଛି। ଏଥିପାଇଁ ବଡ଼ ବଡ଼ ମେସିନକୁ ନିୟୋଜିତ କରାଯାଇଛି। ଶ୍ରମିକଙ୍କ ଉଦ୍ଧାର ଲାଗି ୨୪ ଘଣ୍ଟିଆ ରେସକ୍ୟୁ ଅପରେସନ ଚାଲିଛି। ଫାଇଭ୍ ପଏଣ୍ଟ ପ୍ଲାନ୍ ଉପରେ ଚାଲିଛି କାମ। ଉପର, ଆଗ, ପଛ ସହ ଦୁଇ ପଟୁ ଚାଲିଛି ଡ୍ରିଲିଂ। ଯଦି ଅଗର ମେସିନ ଠିକଠାକ କାମ କରେ ତେବେ ଆଉ ୨ରୁ ୩ ଦିନ ମଧ୍ୟରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ। ସମାନ୍ତରାଳ ଭାବେ ହରିଜଣ୍ଟାଲ ଡ୍ରିଲିଂ ଉପରେ ମଧ୍ୟ ଫୋକସ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନା, ରେଲୱେ ସହ ଏକାଧିକ ସଂସ୍ଥା କାମ କରୁଛନ୍ତି।
ସେନାର ବର୍ଡର ରୋଡ୍ ଅର୍ଗାନାଇଜେସନ୍ ଖନନ କାର୍ଯ୍ୟ ଲାଗି ରାସ୍ତା ନିର୍ମାଣ ଜୋରସୋରରେ ଚଳାଇଛି। ରେସକ୍ୟୁ ଲାଗି ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବିଶାଳକାୟ ପାଇପ ବିମାନ ଯୋଗେ ଉତ୍ତରକାଶୀ ଅଭିମୁଖେ ଯାଇଛି। ଟନେଲ ଭିତରେ ଶ୍ରମିକ କେମିତି ଅଛନ୍ତି, ତାଙ୍କର ସ୍ବାସ୍ଥ୍ୟାବସ୍ଥା କଣ ସବୁକିଛି ଗତକାଲି ଆସିଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖି ହେଉଛି। ଶ୍ରମିକଙ୍କ ସହ ୱକିଟକିରେ କଥା ହୋଇଛନ୍ତି ଉଦ୍ଧାରକାରୀ ଟିମ।