ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଜି ଉଦୟଗିରି କାଉନ୍ସିଲର ଙ୍କ ଉପରୁ ଉଠିଲା ନିଲମ୍ବନ। ପି. ସଞ୍ଜୟ କୁମାର ପାତ୍ରଙ୍କ ଉପରୁ ବିଜୁ ଜନତା ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି। ବିଜେଡି ସଭାପତିଙ୍କ ସହମତି କ୍ରମେ ଏହି ନିଲମ୍ବନ ଆଦେଶ ସୋମବାର ପ୍ରତ୍ୟାହାର କରାଯାଇଛି। ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳୀୟ ପ୍ରେସ ବିଜ୍ଞାପଟିରେ ଏହି ସୂଚନା ଦେଇଛନ୍ତି ।