ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆସନ୍ତାକଲି ଦିନ ୧୦ଟା ୩୦ମିନିଟ ଯାଏଁ ଗରୀହା ମୁଲତବୀ ରହିବ। ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ନେତା ମହେଶ୍ବର ମହାନ୍ତିଙ୍କ ଉଦ୍ଧେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିବା ବେଳେ ଉଭୟ ବିରୋଧୀ ଦଳ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଶୋକ ପ୍ରସ୍ତାବକୁ ସମର୍ଥନ ମିଳିବା ପରେ ଗୃହରେ ୧ମିନିଟ ଶୋକ ପ୍ରାର୍ଥନା ଚାଲିଥିଲା। ତେବେ ଡିସେମ୍ବର ୩୦ ଯାଏଁ ଚାଲିବ ଶୀତ ଅଧିବେଶନ।