ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦିଲ୍ଲୀରେ ଆଜିଠାରୁ ଖୋଲିଲା ବିଦ୍ୟାଳୟ। ପ୍ରାଥମିକ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡିକ ଖୋଲାଯାଇଛି। ଏନେଇ ଦିଲ୍ଲୀ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ପରେ ସ୍କୁଲ ଖୋଲିଛି। ସ୍କୁଲ ଖୋଲାହେଲେ ମଧ୍ୟ ପାଠ ପଢା ବ୍ୟତୀତ ବାହାରେ ଖେଳକୁଦ ଉପରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଗମ୍ଭୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶୀତକାଳୀନ ଅବକାଶ ଚଳିତ ନଭେମ୍ବର ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା।
ପ୍ରଦୂଷଣ କମିଥିବାରୁ ଦିଲ୍ଲୀରେ ଶନିବାର ଠାରୁ ଜିଆରଏପି-୪ ନିୟମକୁ ହଟାଇ ଦିଆଯାଇଛି। କିନ୍ତୁ ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ସାଙ୍ଗକୁ ଟ୍ରକ ଚଳାଚଳ ଉପରେ ଏବେବି କଟକଣା ରହିଛି। ଦିଲ୍ଲୀରେ ଆଜି ସକାଳୁ ବାୟୁର ଗୁଣବତ୍ତା ୩୧୦ ରହିଛି। ଯାହାକି ଖରାପ ଶ୍ରେଣୀରେ ଅଛି। ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଜିଆରଏପି-୩ର ସମସ୍ତ ନିୟମ ପାଳିବା ପାଇଁ କହିଛନ୍ତି।