ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିଏମ୍ସି ୱାର୍ଡ ନଂ-୩୬ର ଓ୍ବାର୍ଡ ଅଫିସ୍ ପରିସରରେ ଆଡଭାନୁ ଆଇ- କେୟାର ହସ୍ପିଟାଲ୍ ତରଫରୁ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ୱାର୍ଡ ନଂ- ୩୬ର କର୍ପୋରେଟର ଅଲିଅଳି ମଲ୍ଲିକଙ୍କ ନେତୃତ୍ବରେ ଓ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି ଚକ୍ଷୁ ପରୀକ୍ଷା ଶିବିରକୁ ଭୁବନେଶ୍ଵର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଥିଲେ । ବରିଷ୍ଠ ନାଗରିକ ଓ ବିଶେଷକରି ବସ୍ତି ବାସିନ୍ଦାଙ୍କୁ ନିଜ ଘର ପାଖରେ ଅତି ସୁବିଧାରେ ଅଲିଅଳି ମଲ୍ଲିକଙ୍କ ନେତୃତ୍ଵରେ ବାରମ୍ବାର ବିଭିନ୍ନ ରୋଗର ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ପାଇଁ ହେଲଥ୍ କ୍ୟାମ୍ପ ହୋଇଆସୁଥିବା ବେଳେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିବାରୁ ସାଧାରଣରେ ଲୋକମାନେ ପ୍ରଶଂସା କରିଛନ୍ତି। ଏହି ଉପଲକ୍ଷେ ଆଇ କେୟାର ହସ୍ପିଟାଲ୍ ସହଯୋଗରେ ଆଜିର ଏହି ଚିକିତ୍ସା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ଏବଂ ମୁଁ ସବୁବେଳେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଦେଇଛି ବୋଲି କହିଛନ୍ତି କର୍ପୋରେଟର ଅଲିଅଳି ମଲ୍ଲିକ । ଆଇ କେୟାର ହସ୍ପିଟାଲ୍ର ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟଙ୍କ ନେତୃତ୍ଵରେ ତାଙ୍କର ସମସ୍ତ କର୍ମଚାରୀବୃନ୍ଦ ଏବଂ ଟେକ୍ନିସିଆନ୍ମାନେ ଲୋକମାନଙ୍କର ଆଖ୍ ପରୀକ୍ଷା କରିଥିଲେ ଏବଂ ତା’ର ନିରାକରଣ ପାଇଁ ପରାମର୍ଶ ଦେଇଥିଲେ । କର୍ପୋରେଟରଙ୍କ ତରଫରୁ ଆବଶ୍ୟକ ପରିମାଣରେ ଔଷଧ ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା । ଆଇ କେୟାର ହସ୍ପିଟାଲ୍ ତରଫରୁ ମଧ୍ୟ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଏନ୍.ଜି.ଓ. ମାନଙ୍କ ଦ୍ବାରା ହେଉ ବା କର୍ପୋରେଟର ମାନଙ୍କ ଦ୍ବାରା ହେଉ ଯେଉଁଠି ଲୋକମାନଙ୍କର ସ୍ୱାର୍ଥ ପାଇଁ ଚିକିତ୍ସା ଶିବିର ଖୋଲାଯାଉଛି, ସେଠାରେ ସମ୍ପୂର୍ଣ୍ଣ ମାଗଣାରେ ଏବଂ ସରକାରଙ୍କ ଦ୍ବାରା ବିଏସ୍ଓ୍ବାଇ କାର୍ଡ ସହାୟତାରେ ମଧ୍ୟ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟ କହିଛନ୍ତି । ଆଗକୁ ମଧ୍ୟ ୩୬ ନମ୍ବର ୱାର୍ଡରେ ପ୍ରତି ଦୁଇ ମାସରେ ହୃଦରୋଗ ଚିକିତ୍ସା, ଡାଇବେଟିସ୍ ଚିକିତ୍ସା ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟାର ସମାଧାନ ପାଇଁ ଗରିବ ଲୋକଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇ ଦେବାପାଇଁ ଏହିଭଳି ଚିକିତ୍ସା ଶିବିରମାନ ଆୟୋଜନ କରାଯିବାର ବ୍ୟାପକ ବନ୍ଦୋବସ୍ତ ପାଇଁ ଚିନ୍ତା କରାଯାଇଛି ବୋଲି କର୍ପୋରେଟର ଶ୍ରୀମତୀ ଅଲିଅଳି ମଲ୍ଲିକ ପ୍ରକାଶ କରିଛନ୍ତି ।