ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ଦିନ ୧୧ଟା ୨୫ମିନିଟ ରେ ବାରିପଦାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିନ୧୧ଟା ୨୫ମିନିଟ ରୁ ୧୨ଟା ୨୫ମିନିଟ ପର୍ଯ୍ୟନ୍ତ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥୀଭାବେ ଯୋଗଦେବେ ମହାମହିମ। ବାରିପଦାରେ ମଧ୍ୟାନ ଭୋଜନ କରି ଦିନ ୨ଟା ୩୫ମିନିଟ ରୁ ୩ଟା ୧୫ମିନିଟ କୁଲିଅଣାର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦ୍ଘାଟନ କରିବେ। ଅପରାହ୍ନ ୩ଟା ୧୫ମିନଟରେ ରାଇରଙ୍ଗପୁର ଅଭିମୁଖେ ବାହାରିବେ ରାଷ୍ଟ୍ରପତି। ରାଇରଙ୍ଗପୁରରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ୮ଟା ୧୫ମିନିଟରେ ପାହାଡପୁର ଗାଁରେ ମୁର୍ମୁଂକୁ ସ୍ୱାଗତ କରାଯିବ। ସକାଳ ୮ଟା ୧୭ମିନିଟରେ ପାହାଡପୁର ମୁର୍ମୁ ଛକ ରେ ସ୍ବର୍ଗତ ଶ୍ୟାମଚରଣଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ୮ଟା ୨୧ମିନିଟ ରେ ପ୍ରୟାସ ଟ୍ରଷ୍ଟର ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ। ୮ଟା ୫୦ମିନିଟରେ ଏସଏଲଏସ ମୋମେରିଆ ଆବାସିକ ବିଦ୍ୟାଳୟ ଛାତ୍ରୀଙ୍କୁ ସମ୍ବୋଧନ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ୯ଟା୩୫ମିନିଟ ରେ ବାଦାମପାହାଡ଼ ରେଳ ଷ୍ଟେସନରେ ୩ଟି ନୂଆ ଟ୍ରେନ ର ଶୁଭାରମ୍ଭ କରିବା ପରେ ରେଳ ଷ୍ଟେସନ ର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବେ। ଦିନ ୧୦ଟା ୪୫ମିନିଟ ରେ ରାଇରଙ୍ଗପୁରରୁ ବାଦାମପାହାଡକୁ ଟ୍ରେନ ଯାତ୍ରା କରିବେ। ଦିନ ୧୧ଟା ୪୦ମିନିଟରେ ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନ ପ୍ରଦର୍ଶନ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଇରଙ୍ଗପୁରରୁ ସମ୍ବଲପୁର ଯିବେ। ଅପରାହ୍ନ ୪ଟାରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ମାଲ୍ୟାର୍ପଣ। ସନ୍ଧ୍ୟା ୫ଟା ୩୦ମିନିଟ ରେ ସମଲେଶ୍ବରୀ ପୀଠରେ ପୂଜାର୍ଚନା କରିବେ ଦ୍ରୌପଦୀ ମୁର୍ମୁ ।