ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିହାର ବିଧାନସଭାରେ ପୁଣି ଦେଖିବାକୁ ମିଳିଛି ଏକ ବିଚିତ୍ର ଚିତ୍ର। ରାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଜିତନରାମଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ନୀତିଶ। ଯାହାକୁ ନେଇ ଏବେ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ରାଗର ସହ କଡ଼ା ଭାଷାରେ ସମାଲୋଚନା କରିଥିଲେ ନୀତିଶ। ସଂରକ୍ଷଣ ବିଲରେ ହୋଇଥିବା ସଂଶୋଧନକୁ ନେଇ ବିଧାନସଭାରେ ଆଲୋଚନା ଚାଲିଥିଲା। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ କହିଥିଲେ କି, ମୁଁ ଏହାକୁ ବିଶ୍ବାସ କରେ ନାହିଁ। ସରକାର କଣ ସଂରକ୍ଷଣର ସମାକ୍ଷା କରିଛନ୍ତି କି? ପ୍ରତି ୧୦ ବର୍ଷରେ ଥରେ ସମୀକ୍ଷା କରାଯାଏ। ବିଲ୍ ଉପରେ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ କହିଥିଲେ ଯେ ବିହାରରେ ହୋଇଥିବା ଜାତିଗତ ଜନଗଣନାରେ ମୁଁ ବିଶ୍ୱାସ କରେ ନାହିଁ। ପ୍ରତି ୧୦ ବର୍ଷରେ ସଂରକ୍ଷଣ ର ସମୀକ୍ଷା ପାଇଁ ଆଲୋଚନା ହେଉଥିଲେ ମଧ୍ୟ ବିହାର ସରକାର ସଂରକ୍ଷଣର ସମୀକ୍ଷା କରିଛନ୍ତି କି ବୋଲି ମାଝୀ କହିଛନ୍ତି।
ଜିତନ ରାମଙ୍କ ଏଭଳି ମନ୍ତବ୍ୟ ପରେ ଚିହିଁକି ଉଠିଥିଲେ ନୀତିଶ। ଆଉ କଡ଼ା ଭାଷାରେ ସାମଲୋଚନା କରି କହିଥିଲେ, ଆମର ମୁର୍ଖତା ପାଇଁ ଜିତନ ରାମ ମୁଖ୍ୟମନ୍ତ୍ରୀ ବନିଥିଲେ। ତାଙ୍କର କୌଣସି ଧାରଣା ନାହିଁ। ଏବେ ସେ ରାଜ୍ୟପାଳ ହେବା ପାଇଁ ବିଜେପି ପଛରେ ବୁଲୁଛି। ସେ ମୋ ଆଗରେ କହୁଛି ମୁଁ ମୁଖ୍ୟମନ୍ତ୍ରୀ ଥିଲି, କିନ୍ତୁ ତାର କଣ ଆଇଡିଆ ଅଛି ଯେ ତାକୁ ମୁଁ ମୁଖ୍ୟମନ୍ତ୍ରୀ କରିଥିଲି ବୋଲି।“ ବିଜେପି ବିଧାୟକଙ୍କ ଆଡ଼କୁ ଇଶାରା କରି ନୀତିଶ କହିଥିଲେ କି, ତାଙ୍କୁ ରାଜ୍ୟପାଳ ବନାଇ ଦିଅ। ବିହାର ବିଧାନସଭାରେ ନୀତିଶଙ୍କ ଏଭଳି ମନ୍ତବ୍ୟ ପରେ ଏବେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି।