ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମହିଳାଙ୍କ ଉଦ୍ଧେଶ୍ୟରେ ବିବାଦୀୟ ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଡିଲା ଭାରି। ବୟାନକୁ ନେଇ ବିବାଦ ତେଜିବାରୁ ବିହାର ମୁଖ୍ୟମନ୍ତ୍ରୀ ଭୁଲ ମାଗିଲେ। ନୀତିଶ କହିଛନ୍ତି, ମୁଁ ମହିଳାଙ୍କ ଶିକ୍ଷା ବିଷୟରେ ଆଲୋଚନା କରିଥିଲି। କଥା ଶୈଳୀ ମଧ୍ୟରେ ସେକ୍ସ ଏଜୁକେଶନ କଥା କହିଦେଇଥିଲି। ମୋର ବୟାନ ଯଦି କାହାକୁ ଆଘାତ ପହଞ୍ଚାଇଛି, ତାହେଲେ ମୁଁ କ୍ଷମା ପ୍ରାର୍ଥନା କରୁଛି। ନୀତିଶ ଆହୁରି ମଧ୍ୟ କହିଛନ୍ତି, ମତେ ଜଣା ନଥିଲା ମୋର ମନ୍ତବ୍ୟ କୁ ନେଇ ଏଭଳି ବିବାଦ ଉପୁଜିବ।
ମଙ୍ଗଳବାର ବିହାର ବିଧାନସଭାରେ, ଜନସଂଖ୍ୟା ନିୟନ୍ତ୍ରଣ ନୀତି ଉପରେ ବକ୍ତବ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ କହିଥିଲେ, ସେକ୍ସ ଏଜୁକେସନରେ ଆମ ରାଜ୍ୟର ମହିଳାମାନେ ଆଗରେ ରହିଛନ୍ତି। ଆମ ସରକାର ମହିଳାଙ୍କୁ ଏହି ଶିକ୍ଷା ଯୋଗାଇବାରେ ସଫଳ ହୋଇଛି। ସେଥିପାଇଁ ଆମ ରାଜ୍ୟର ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି। ତାଙ୍କର ଏହି ବୟାନକୁ ନେଇ ନୀତୀଶଙ୍କ ସରକାରର ମହିଳା ମନ୍ତ୍ରୀ ବି ପ୍ରଶ୍ନ ଉଠାଇଥିଲେ। ମହିଳାଙ୍କ ସେକ୍ସ ଏଜୁକେସନକୁ ନେଇ ବିହାର ବିଧାନସଭାରେ ବକ୍ତବ୍ୟ ରଖିବା ପରେ ବିବାଦ ତେଜିଥିଲା।