ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ। ଛତିଶଗଡ଼ରେ ଗତକାଲି ମାଓ ଅପରେସନ ସମୟରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶ ସହିଦ ହୋଇଥିବା ଜଣାପଡିଛି। ସହିଦ ଯବାନ ପ୍ରକାଶଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର ବୋଲି ଜଣାପଡିଛି। ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନରେ କାର୍ଯ୍ୟରତ ଥିଲେ ପ୍ରକାଶ। ପ୍ରକାଶଙ୍କ ବିୟୋଗରେ ଜନ୍ମମାଟି ଗୋପାଳପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।