ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଞ୍ଚିଲା। ୮ ତାରିଖରେ ଜାମିନ ଆବେଦନ ଶୁଣାଣି ହେବ।
କୋର୍ଟ ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ। SDJM କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ। ଟୁଟୁ ନାୟକ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି କମ୍ପ୍ଲେକ୍ସ ଭିତରେ ଘଟିଥିଲା ଘଟଣା। ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ମାମଲା ରୁଜ୍ଜୁ ହୋଇଥିଲା। ଘଟଣାର ତଦନ୍ତ କରି ଟୁଟୁଙ୍କୁ ପୋଲିସ ଗିରଫ କରିଥିଲା।