ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ରାଷ୍ଟ୍ରୀୟ ଏକତା ଦିବସ । ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ ୨୦୧୪ ମସିହା ଠାରୁ ସାରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରୁଛି । ଦେଶ ଗଠନରେ ଏହି ଲୌହ ମାନବଙ୍କ ତ୍ୟାଗ, ନିଷ୍ଠା ବିଷୟରେ ଦେଶର ଯୁବ ପିଢ଼ିଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ଏହି ଅବସରରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି।