ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଚାଷୀ ହେବେ ଆହୁରି ସଶକ୍ତ। ମୁଖ୍ୟମନ୍ତ୍ରୀଙ୍କ ମକା ମିଶନ କରିବ ପୁନରୁଦ୍ଧାର। ଚାଷୀଙ୍କ ସୁବିଧା ପାଇଁ ସଘନ କୃଷି ଓ ବିଲୁପ୍ତ ପ୍ରାୟ ଫସଲର ପୁନରୁଦ୍ଧାର ଯୋଜନାରେ ହେବ ‘ମୁଖ୍ୟମନ୍ତ୍ରୀ ମକା ମିଶନ’। ଚାଷୀଙ୍କୁ ଆଣିଦେବେ ଆନନ୍ଦ ପସରା ମୁଖ୍ୟମନ୍ତ୍ରୀ। ଏଥିପାଇଁ ଆଗାମୀ ୫ ବର୍ଷରେ ରାଜ୍ୟ ସରକାର ₹୪୮୧୯୪.୦୯ ଲକ୍ଷ ଖର୍ଚ୍ଚ କରିବେ। ଚାଷୀ, କୃଷକ ଉତ୍ପାଦକ ସଂଗଠନ, ଏସଏଚଜିଙ୍କୁ ଏଥିରେ ସାମିଲ କରି ଗ୍ରାମାଞ୍ଚଳରେ ବୃଦ୍ଧି ପାଇବ ରୋଜଗାର।