ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ହାଙ୍ଗଝଉରେ ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ ଗେମସ ଓ ଚେଙ୍ଗୁଡୁଠ଼ାରେ ଅନୁଷ୍ଠିତ ୩୧ତମ ବିଶ୍ୱବିଦ୍ୟାଳୟ କ୍ରୀଡା଼ରେ ପଦକ ହାସଲ କରିଥିବା କିଟ ଖେଳାଳିମାନଙ୍କୁ ରବିବାର କିଟ ଓ କିସରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ଓଡ଼ିଶା ମହିଳା ଫୁଟବଲ ଦଳର କୋଚ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅଲମ୍ପିଆନ ଦୂତୀ ଚାନ୍ଦ, ଭାରତର ଦ୍ରୁତତମ ଧାବକ ଅମିୟ ମଲ୍ଲିକ, ଓଡ଼ିଶା ରଗବୀ ଆସୋସିଏସନ ସମ୍ପାଦକ ଉପେନ୍ଦ ମହାନ୍ତି, କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କ୍ରୀଡା଼ ମହାନିର୍ଦ୍ଦେଶକ ଡ.ଗଗନେନ୍ଦୁ ଦାଶ ଉପସ୍ଥିତ ରହି ପଦକ ହାସଲ କରିଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସ୍ୱର୍ଣ୍ଣ ବିଜେତା ଏସିଆନ ଗେମସ ସଟପୁଟରେ ତାଜିନ୍ଦରପାଲ ସିଂହ ଓ ଭାରତୀୟ ହକି ଦଳର ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୫ଲକ୍ଷ ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସେହିପରି ଏସିଆନ ଗେମସ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନା ଏବଂ ଡେକାଥଲନରେ ରୌପ୍ୟ ବିଜେତା ତେଜସ୍ୱିନ ଶଙ୍କରଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ବିଶ୍ୱ ବିଦ୍ୟାଳୟ କ୍ରୀଡା଼ରେ ୨୦ କିଲୋମିଟର ରେସ ୱାକିଂର ବ୍ରୋଞ୍ଜ ବିଜେତା ପ୍ରିୟଙ୍କା ଏବଂ ଅମା୍ଳନ ବୋରଗୋହେନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ଖେଳାଳିମାନେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପ୍ରତି ଅହେତୁକ ଭଲ ପାଇବା ଅନ୍ୟକୌଣସିଠାରେ ଦେଖିବାକୁ ମିଳି ନଥାଏ ବୋଲି ପ୍ରକାଶ କରିବା ସହ ଏଭଳି ପ୍ରୟାସକୁ ସେମାନେ ପ୍ରଶଂସା କରିଥିଲେ । ନିଜେ କିଟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ହୋଇଥିବାରୁ ସେମାନେ ନିଜକୁ ଗୌରବ ମନେକରୁଛନ୍ତି ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ସେମାନଙ୍କୁ ଆଗାମୀ ଦିନରେ ଅଲମ୍ପିକରେ ପଦକ ହାସଲ କରିବା ଦିଗରେ ଉତ୍ସାହିତ କରିବ ବୋଲି ସେମାନେ କହିଥିଲେ । ଏହି ଅବସରରେ କ୍ରୀଡ଼ାବିତ ମାନଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀ ସାମନ୍ତ କହିଲେ, ଓଡିଶ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର କ୍ରୀଡା଼ ଓ କ୍ରୀଡ଼ାବିତଙ୍କୁ ସର୍ବଦାପ୍ରୋତ୍ସାହିତ କରିଆସିଛନ୍ତି । ରାଜ୍ୟ ସରକାରଙ୍କୁ ଅନୁସରଣ କରି କିଟ ଓ କିସର କ୍ରୀଡା଼ ଓ କ୍ରୀଡାବିତଙ୍କୁ ଶିକ୍ଷା ସହ ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ସହଯୋଗ ଯୋଗାଇ ଦେଇ ଆସୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ବର୍ତ୍ତମାନ ସୁଦ୍ଧା କିଟ ଓ କିସ୧୫ ଜଣ ଅଲମ୍ପିଆନ ସୃଷ୍ଟି କରିବା ସହ ୫ହଜାରରୁ ଊର୍ଦ୍ଧ୍ୱ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡା଼ବିତ ସୃଷ୍ଟି କରିପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । କୁଳପତି ପ୍ରଫେସର ସିଂହ କହିଲେ, କିଟ ଓ କସି ଯେଉଁଭଳି ଭାବେ କ୍ରୀଡା଼ ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି ତାହା ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳେନାହିଁ । ଡ.ଗଗନେନ୍ଦୁ ଦାଶ କ୍ରୀଡ଼ାବିତଙ୍କ ସଫଳତା ବିଷୟରେ ସୂଚନା ପ୍ରଦାନ କରି କହିଲେ, ୧୯ତମ ଏସିଆନ ଗେମସରେ କିଟ
ବିଶ୍ୱବିଦ୍ୟାଳୟ ୧୪ଜଣ ଖେଳାଳି ଏସିଆନ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବାବେଳେ ୩୧ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୪ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । କୌଣସି ଏକ ବିଶ୍ୱବିଦ୍ୟାଳୟ ଏତେ ସଂଖ୍ୟକ କ୍ରୀଡ଼ାବିତ ଅନ୍ତର୍ଜାତୀୟ କ୍ରୀଡାରେ ଯୋଗଦେବା ପ୍ରଥମ ବୋଲି ଡ. ଦାଶ ସୂଚନା ଦେଇଥିଲେ ।