ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦୁଇ ସପ୍ତାହ ପରେ ଦୁଇ ଜଣ ଆମେରିକୀୟଙ୍କୁ ଖଲାସ କରିଛି ହମାସ। ଖଲାସ ହେବା ପରେ ପରିବାର ସହ ଏକାଠି ହୋଇଛନ୍ତି ଦୁଇ ଆମେରିକୀୟ। ୫୯ ବର୍ଷ ବୟସ୍କା ଜୁଦିଥ ତାଇ ରାନାନ ଓ ତାଙ୍କ ଝିଅ ୧୭ ବର୍ଷ ବୟସ୍କା ନାତାଲି । ସେମାନେ ମା ଓ ଝିଅ । ଏହା ସହ ସେମାନେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି।
ବାଇଡେନ କହିଛନ୍ତି ଆତଙ୍କବାଦୀଙ୍କ କବଳରୁ ମୁକ୍ତିଲାଭ ପରେ ସେମାନଙ୍କ ସହ କଥା ହୋଇଛନ୍ତି। ସେମାନଙ୍କ ସୁସ୍ଥତା ସେ କାମନା କରୁଛନ୍ତି। ହମାସ କବଳରୁ ମୁକ୍ତି ପରେ ସେମାନଙ୍କୁ ଜେରୁଜେଲମସ୍ଥିତ ଆମେରିକୀୟ ଦୂତାବାସକୁ ଅଣାଯାଇଥିଲା। ସେଠାରେ ସେମାନେ ବାଇଡେନଙ୍କ ସହ କଥା ହୋଇଥିଲେ। ମା ଓ ଝିଅଙ୍କ ମୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ହମାସ ସଶସ୍ତ୍ରବାହିନୀ ଇଜ ଏଲ ଦିନ ଅଲ କାସମ ବ୍ରିଗେଡ ମୁଖପାତ୍ର ଆବୁ ଉବେଦା।
ଗତ ଅକ୍ଟୋବର ୭ ତାରିଖରେ କିବୁଜ ନାହାଲରୁ ସେମାନଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ। ସେମାନେ ଚିକାଗୋର ବାସିନ୍ଦା ହୋଇଥିବାବେଳେ ଇହୁଦି ସମ୍ପର୍କୀୟଙ୍କ ଗହଣରେ ଖୁସି ମନାଇବା ଲାଗି ଗାଜା ସୀମାନ୍ତକୁ ଯାଇଥିଲେ। ସେପଟେ ବିଜୟ ହେବା ଯାଏଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଏବେ ବି ଗାଜାରେ ରକେଟ ହମଲା ଜାରି ରହିଛି। ଉତ୍ତରାଞ୍ଚଳ ଗାଜା ଛାଡିବା ନିର୍ଦ୍ଦେଶ ବଳବତ୍ତର ରହିଛି। ବର୍ତ୍ତମାନ ସୁଦ୍ଧା ୪ ହଜାର ୧୩୭ ପାଲେଷ୍ଟିନୀୟ ଓ ୧୪୦୦ ଇସ୍ରାଏଲୀ ପ୍ରାଣ ହରା