ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଚଳଚଞ୍ଚଳ ମଣ୍ଡପ ଲାଗିଲାଣି ଗହଳି। ଆଜି ଧରାବତରଣ କରିବେ ମାଆ ଦୁର୍ଗା। ମଣ୍ଡପରେ ମାଆଙ୍କ ସପ୍ତମୀ ଓ ବିଭିନ୍ନ ପୀଠରେ ଅନୁଷ୍ଠିତ ହେଉଛି ଅଷ୍ଟମୀ ପୂଜା। ଚଣ୍ଡିପାଠର ଗୁଞ୍ଜରଣରେ ପ୍ରକମ୍ପିତ ହେଉଛି ପରିବେଶ। ଭୋରରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କର ମହାସ୍ନାନ ପରେ ଚକ୍ଷୁଦାନ କରାଯିବ।
ପରେ ନୀତିକାନ୍ତି ଅନୁଯାୟୀ କରାଯିବ ସପ୍ତମୀ ପୂଜା। ସେପଟେ ଶକ୍ତିପୀଠରେ ଷୋଡଶ ଉପଚାରରେ ଚାଲିଛି ମାଆଙ୍କ ଆରାଧନା। ଜଗତସିଂହପୁରର ମାଆ ଶାରଳା ଓ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଅଷ୍ଟମୀ ପୂଜାରେ ମାଆ କାକୁଡି ଖାଇଙ୍କ ନିକଟରେ କାକୁଡି ବଳି ଦିଆଯିବାର ପରମ୍ପରା ମଧ୍ୟ ରହିଛି।