ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ୪ ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀ ବଡ଼ ଉପହାର ପାଇଛନ୍ତି। କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଭତ୍ତା ବୃଦ୍ଧି ପରେ କର୍ମଚାରୀଙ୍କ ଡିଏ ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି।
ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ DA। ଏହାର ଅର୍ଥ ହେଉଛି ନଭେମ୍ବରରେ ବର୍ଦ୍ଧିତ ଦରମା ସହିତ କେନ୍ଦ୍ରୀୟ କର୍ମଚାରୀମାନେ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଚାରିମାସ ବକେୟା ଟଙ୍କା ପାଇବେ। ପେନସନଭୋଗୀଙ୍କୁ ମଧ୍ୟ ମିଳିବ ଡିୟରନେସ୍ ରିଲିଫ। ଉପକୃତ ହେବେ ୩ ଲକ୍ଷ ୫୦ ହଜାର ପେନସନଭୋଗୀ ।