ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କଟକ ଜିଲ୍ଲାରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ। ଭରଚୁଆଲ ମାଧ୍ୟମରେ ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଆଜି କଟକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ,ବାଙ୍କୀ ଡମପଡା ଓ ବାରଙ୍ଗ ବ୍ଲକରେ ମଧ୍ୟ ଏହାର ଶୁଭାରମ୍ଭ ହୋଇଛି। ଏହି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦ୍ୱାରା ଗାଁର ବିକାଶ ସାଙ୍ଗକୁ ମଠ ମନ୍ଦିର ଓ ଧର୍ମାନୁଷ୍ଠାନ ମଧ୍ୟ ହେବ ଉନ୍ନତିକରଣ ପାଇଁ ବାଙ୍କୀ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଳକର ମୋଟ ୩୯ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପ୍ରତି ବ୍ଲକରେ ଶୁଭାରମ୍ଭ କରିଥିବା ବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଉନ୍ନତି ପାଇଁ ୧୧ କୋଟି ଟଙ୍କା ଘୋଷଣା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।