ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଫିଚର ଫିଲ୍ମ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ନ୍ୟାସନାଲ ଫିଲ୍ମ ଆୱାର୍ଡ ପାଇଁ ଚୟନ କରାଯାଇଛି। ଫିଲ୍ମଟି ଗୌରହରି ଦାସଙ୍କ ଗଳ୍ପରୁ ଆସିଛି ଯାହା ବାପା – ପୁଅ ସମ୍ପର୍କର ଏକ ନିଦର୍ଶନ ଦେଇଛି। ଏହା ଓଡ଼ିଆଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏକ ମଧ୍ୟବିତ୍ତ ପରିବାରର ସୁନ୍ଦର ଓ ସରଳ ଜୀବନଶୈଳୀ ଭିତରେ ପାରିବାରିକ ସ୍ତରରେ ଚାଲିଛି ଅନେକ ସଂଘର୍ଷ ଏହା ଉପରେ ପର୍ଯ୍ୟବେଷିତ ଫିଲ୍ମ ଷ୍ଟୋରୀଟି ଯାହା ଜୁରୀ ମେମ୍ବରଙ୍କୁ ଆକୃଷ୍ଠ କରିଛି।