ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କୁମାର ପୁର୍ଣିମା ଜହ୍ନକୁ କୁମାରୀ ଚାହିଁବସନ୍ତି ହେଲେ ଏ ବର୍ଷ ଚାନ୍ଦ ରେ ଲାଗୁଚି ଗ୍ରହଣ। ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ।
ଗ୍ରହଣ ସ୍ପର୍ଶ ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡ
ପାକ ତ୍ୟାଗ ଦିବା ୪ଟା ୪ ମିନିଟ୍ ୫୫ ସେକେଣ୍ଡ
ଗ୍ରହଣ ଅବଧି ୧ ଘଣ୍ଟା, ୧୯ ମିନିଟ୍ ୭ ସେକେଣ୍ଡ
ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣର ସ୍ପର୍ଶ ହେବ । ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଏହା ସର୍ବମୋକ୍ଷ ହେବ । ଅର୍ଥାତ ଗ୍ରହଣର ଆଦ୍ୟାନ୍ତ ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ଟା ୪ ମିନିଟ୍ ୫୫ ସେକେଣ୍ଡଠାରୁ ରାତି ୨ଟା ୨୪ ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ରହିବ । କିନ୍ତୁ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ନୀତିକାନ୍ତି ଆରମ୍ଭ ହେବ । ଏହା ହେଉଛି ଶ୍ରୀମନ୍ଦିରର ସ୍ୱତନ୍ତ୍ରତା । ଏହିଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରିବେ। ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ । ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ । ତେବେ ଗ୍ରହଣ ଦର୍ଶନ ୬ଟି ରାଶି ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ପାଇଁ ଅଶୁଭ ଥିବାବେଳେ ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନ ପାଇଁ ଶୁଭ ରହିବ ବୋଲି ଜ୍ୟୋତିର୍ବିଦ ସୂଚନା ଦେଇଛନ୍ତି ।