ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉନ୍ମୋଚିତ ହେଲା ପୁସ୍ତକ ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ବ। ଡ. ପୀତବାସ ମିଶ୍ରଙ୍କ ଦ୍ବାରା ଲିଖିତ ଏହି ପୁସ୍ତକକୁ ଆଜି ପୁରୀ ୟୁଥ ହଷ୍ଟେଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କରେ ଏହି ପୁସ୍ତକ ରଚନା କରାଯାଇଛି। ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଭାଗ୍ୟ ଡୋରି ସମ୍ଭାଳିଥିବା ନବୀନ ରାଜ୍ୟ ଶାସନର ସର୍ବମୟ କର୍ତ୍ତା ଭାବେ ସାଢେ ୪ କୋଟି ଓଡ଼ିଆଙ୍କ ମନ ଜିଣିଛନ୍ତି। ଓଡିଶାକୁ ବିକାଶ ମାର୍ଗରେ ଆଗକୁ ନେବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ବ୍ୟକ୍ତିତ୍ବ ସମସ୍ତଙ୍କୁ ପ୍ରଭାବିତ କରିଛି। ଏହାକୁ ପାଥେୟ କରି ରଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ପୀତବାସ ମିଶ୍ର।