ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୭ ଅର୍ଥାତ୍ ଆଜି ଦିନକ ପରେ ଆଉ ବଜାରରେ ଚଳିବ ନାହିଁ ୨ ହଜାରିଆ ନୋଟ। ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ ରହିଯାଇଛି ତେବେ ତୁରନ୍ତ ବ୍ୟାଙ୍କରେ ଏକ୍ସଚେଞ୍ଜ କରାଇ ନିଅନ୍ତୁ ନହେଲେ ସମସ୍ୟାର ସାମ୍ନା କରିପାରନ୍ତି।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ପ୍ରଥମେ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଏକ୍ସଚେଞ୍ଜ କରିବାକୁ ଆରବିଆଇ ପକ୍ଷରୁ କୁହାଯାଇଥିଲା। କିନ୍ତୁ ସେପ୍ଟେମ୍ବର ୩୦ ପରେ ବି ବଜାରରେ ପର୍ଯ୍ୟାପ୍ତ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ ମହଜୁଦ୍ ରହିଥିଲା। ତେଣୁ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ର ବଦଳି ଅବଧି ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ।