ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କେନ୍ଦ୍ରାପଡାର ପ୍ରସିଦ୍ଧ ମିଷ୍ଟାନ୍ନ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି । ଏଥିପାଇଁ ‘କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ’ ପକ୍ଷରୁ ବିଧିବଦ୍ଧ ଭାବେ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ ଆବେଦନ କରାଯାଇଥିଲା l ଆବେଦନ ପତ୍ରର ତର୍ଜମା କରିବା ସହ ‘ରସାବଳି’ର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି l