ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ସାମ୍ବାଦିକତାରେ ସମ୍ପାଦକୀୟ ଲେଖିବା ଭୁଲ ନୁହେଁ । ହେଲେ ବ୍ୟକ୍ତିଗତ ସ୍ୱାର୍ଥକୁ ଦୃଷ୍ଠିରେ ରଖି ସାମ୍ବାଦିକତା କରିବା ଯେ କେତେ ଦୂର ଠିକ ତାହା ତ ଚତୁର୍ଥ ସ୍ତମ୍ବକୁ ଉତ୍ତର ଦେବେ ଜନତା । ଦଳରେ ନିଜର ମିର୍ଦ୍ଦା ନ ଜମେଇପାରି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଟାର୍ଗେଟ କଲେ ସେ । ଦଳ ବିରୋଧୀ ମନ୍ତବ୍ୟ ସହ ‘ସଚିବ ବଡ ନା ମନ୍ତ୍ରୀ ବଡ’ ଆଲେଖ୍ୟ ପ୍ରକାଶ କରି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ତେବେ ସାମ୍ବାଦିକତା ଆଢୁଆଳରେ ରହି ବ୍ଲାକମେଲ କରିବାକୁ ଚେଷ୍ଠା କରୁଥିଲେ ଖଣ୍ଡପଡା ବିଧାୟକ । କେବଳ ସେତିକି ନୁହେଁ ନିଜ କର୍ମଚାରୀଙ୍କୁ ମଧ୍ୟ ଲୋନ ନେବାକୁ ବାଧ୍ୟ କରି ଇଓଡବ୍ଲୁ ତଦନ୍ତରେ ଫସିଲେ ସୌମ୍ୟ । କେତେ ଦିନ ବା କଳା ସାମ୍ରାଜ୍ୟରେ ରାଜ କରିବେ! ଧୀରେ ଧୀରେ ଖୋଲିଲା ସୌମ୍ୟଙ୍କ ସବୁ ଗୁମର । ପୁଣି ମାତ୍ର କିଛି ଦିନ ଅନ୍ତରାଳରେ ଚର୍ଚ୍ଚାରେ ସମ୍ବାଦର ସମ୍ପାଦକ । ଆସନ୍ତାକାଲି ସମ୍ବାଦର ୪୦ ବର୍ଷ ପୁର୍ତ୍ତି ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ ହେଉଛି ସେଥିରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର । କିନ୍ତୁ ଏହି ସମୟରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସାମ୍ବାଦିକତା ଆଢୁଆଳରେ ସମ୍ପାଦକୀୟ ଲେଖୁଥିବା ସୌମ୍ୟ ଇସ୍ତଫା ଦେଲେ ସମ୍ପାଦକ ପଦରୁ, କେବଳ ସମ୍ପାଦକ ପଦ ନୁହେଁ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି ସୌମ୍ୟଙ୍କ ଝିଅ ତନୟା ପଟ୍ଟନାୟକ । ତେବେ ଏନେଇ ସମ୍ବାଦରେ ମାତ୍ର ୪ଧାଡିଆ ଲେଖାଟିଏ ପ୍ରକାଶ ପାଇଛ । ତେବେ ଇସ୍ତଫାର କାରଣ ବ୍ୟକ୍ତିଗତ ବୋଲି ପ୍ରକାଶ କରିଛନ୍ତ । ହେଲେ କ’ଣ ସେହି ବ୍ୟକ୍ତିଗତ କାରଣ ତାହା ଉଲ୍ଲେଖ ନାହିଁ । ଜନ ବିରୋଧୀ କାର୍ଯ୍ୟ କରିବା ସହ କର୍ମଚାରୀଙ୍କୁ ଠକି ନିକଟ ଅତୀତରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ସୌମ୍ୟ । ତା’ଛଡା ଅନେକ କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତି କରି, ଇଓଡବ୍ଲୁର ସମ୍ବାଦ କାର୍ଯ୍ୟାଳୟରେ ଚଢାଉ ପରେ ବିବାଦ ଘେରରେ ଅଛନ୍ତି ସୌମ୍ୟ । ହେଲେ ଏଭଳି ଘଡିସଦ୍ଧି ମୂହୂର୍ତ୍ତରେ ସମ୍ପାଦକ ପଦରୁ ଇସ୍ତଫା ସମାଜ ସାମ୍ନାରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଦେଖିବାକୁ ବାକି ରହିଲା ସୌମ୍ୟଙ୍କ ଏହି ପଦକ୍ଷେପ ପଛର ରହସ୍ୟ କ’ଣ? ତାହା ରାଜନୈତିକ ନା ବ୍ୟକ୍ତିଗତ କାରଣ?