ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସେପ୍ଟେମ୍ବର 29 କୁ ସାରା ବିଶ୍ଵ ରେ ବିଶ୍ଵ ହୃଦୟ ଦିବସ ଭାବେ ପାଳନ କରାଯାଉଛି। ହୃଦ୍ ରୋଗ କଣ ଓ ଏହାକୁ କିଭଳି ରୋକାଯାଇ ପାରିବ ସେନେଇ ଲୋକ ଙ୍କ ମଧ୍ଯ ରେ ଜନ ସଚେତନତା ପାଇଁ ଏହି ଦିବସ ର ପରିକଳ୍ପନା। ଏହି ଦିବସ କୁ ପାଳନ ଅବସରରେ ପୁରୀ ବେଳାଭୁମି ରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ରକଳା କରି ହୃଦ୍ ରୋଗ ବିଷୟରେ ସଚେତନତା ବାର୍ତା ଦେଇଛନ୍ତି। ପ୍ରସିଦ୍ଧ ଔଷଧ ନିର୍ମାତା କମ୍ପାନୀ ଗ୍ଲେନ୍ ମାର୍କ ସହଯୋଗରେ ପୁରୀରେ ହୃଦ୍ ରୋଗକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ସଚେତନତା ବାର୍ତା ଦେଇଛନ୍ତି। କାର୍ଯକ୍ରମ ରେ ଯୋଗ ଦେଇଥିବା ଡାକ୍ତର ବିଶ୍ଵ ରଂଜନ ମିଶ୍ର କହିଚନ୍ତି ହୃଦ୍ ରୋଗ ଏକ ଆଧୁନିକ ଜୀବନ ଶୈଳୀ ଦ୍ଵାରା ବ୍ୟାପୁଥିବା ରୋଗ। କୌଣସି ଶାରୀରିକ ପରିଶ୍ରମ ନ କରିବା, ଫାଷ୍ଟ ଫୁଡ୍, ନିଶା ଦ୍ରବ୍ୟ ଖାଇବା ଦ୍ଵାରା ଏହି ରୋଗ ବ୍ୟାପୁଚି। ବିଶେଷ କରି ଆଜିର ଯୁବ ପିଢ଼ି ଏହା ଦ୍ଵାରା ଅଧିକ ଆକ୍ରାନ୍ତ ହେଉଛନ୍ତି। ଉଚ୍ଚ ରକ୍ତଚାପ, ମଧୁମେହ, ଅବସାଦଗ୍ରସ୍ତ ରହିବା ଦ୍ଵାରା ହୃଦ୍ ରୋଗ ର ସମ୍ଭାବନା ଅଧିକ। ଅନେକ ସମୟ ଛାତିରେ ଯନ୍ତ୍ରଣା ହେବା ସହ ମୁହଁ, ଗୋଡ ଫୁଲି ଯାଇଥାଏ। ଏହାକୁ ଅଣଦେଖା ନ କରି ପ୍ରାଥମିକ ସ୍ତରରେ ଚିକିତ୍ସା କରାଇଲେ ହୃଦ୍ ରୋଗ ଭଲ ହୋଇ ଯାଇଥାଏ। ଏଣୁ ପ୍ରତେକ୍ ବ୍ୟକ୍ତି ନିଜର ର ଏକ ସୁସ୍ଥ ଜୀବନଶୈଳୀ ନେଇ ସଚେତନ ହେବା ପାଈଁ ହୃଦ୍ ରୋଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।।