ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଏସିଆନ୍ ଗେମ୍ସରେ ଗୋଟିଏ ପରେ ଗୋଟିଏ ମେଡାଲ ଜିତୁଛି ଭାରତ । ୪ର୍ଥ ଦିନ ଆରମ୍ଭରୁ ପ୍ରତିଯୋଗୀ ମାନେ ୨ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତି ଦେଶ ପାଇଁ ଗର୍ବ ଆଣିଛନ୍ତି । ସିଫ୍ତ କୌର ସାମ୍ରା ସୁଟିଂରେ ସ୍ୱର୍ଣ୍ଣ ଜିତିଛନ୍ତି । ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୫ରେ ପହଞ୍ଚିଛି । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା ପାଇଛନ୍ତି ସାମ୍ରା। ସମାନ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି ଆଶି ଚୌକଶି। ୫ ସ୍ୱର୍ଣ୍ଣ, ୫ ରୌପ୍ୟ, ୯ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୯ରେ ପହଞ୍ଚିଛି। ଇଭେଣ୍ଟର ପଞ୍ଚମ ଦିନ ଅର୍ଥାତ୍ ଆଜି ମଧ୍ୟ ଭାରତ ଆଉ ଏକ ସ୍ୱର୍ଣ୍ଣ ଜିତିଥିଲା। ମହିଳା ୨୫ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସୂର୍ଣ୍ଣ ଜିତିଥିଲେ ମାନୁ ଭାକର, ଇଶା ସିଂହ ଓ ଆର୍ ସାଙ୍ଗୱାନ୍। ଆୟୋଜକ ଟିମ୍ ଚୀନକୁ ହରାଇ ଏହି ବିଜୟ ହାସଲ କରିଥିଲେ ଭାରତୀୟ ମହିଳା ଟିମ୍।