ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ସର୍ଚ୍ଚ ଇଂଜିନ ଗୁଗଲର ଜନ୍ମଦିନ। ୨୭ ସେପ୍ଟେମ୍ବର ରେ ଗୁଗଲ ପାଳୁଛି ରୌପ୍ୟ ଜୟନ୍ତୀ। ଗୁଗଲର ଆଜି ୨୫ ବର୍ଷ ପୂର୍ତ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଂପାନୀ ଡୁଡ଼ଲ ଅପଡେଟ କରିଛି । ଏହି ଅବସର ରେ ୨୫ ବର୍ଷ ପୂର୍ବରୁ ଗୁଗଲ ର ଜନ୍ମ କିଭଳି ଥିଲା ଓ ସମୟ ର ତାଳେ ତାଳେ ତାର ଲୋଗୋ ପରିବର୍ତନ କିଭଳି ହୋଇଛି ତାହା ଦର୍ଶାଯାଇଛି।
ଏକ ଇଣ୍ଟରନେଟ ସର୍ଚ୍ଚ ଇଂଜିନ ଭାବରେ ଗୁଗଲ ଆଜି ଦୁନିଆ ର ସବୁଠୁ ବଡ ପ୍ଲାଟଫର୍ମ। ବର୍ତମାନର ପ୍ରତ୍ୟେକ ମୁହୂର୍ତରେ ଦରକାର ହେଉଛି ଗୁଗଲ । ୧୯୯୮ ସେପ୍ଟେମ୍ବର ରେ କାଲିଫର୍ନିଆର ଷ୍ଟାନଫୋର୍ଡ଼ ୟୁନିଭର୍ସିଟିର ଦୁଇ ଛାତ୍ର ଲ୍ୟାରି ପେଜ ଓ ସର୍ଗି ବ୍ରିନଙ୍କ ଦ୍ୱାରା ଗୁଗଲ ର ଆବିଷ୍କାର ହୋଇଥିଲା। କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ କରିବା ପୂର୍ବରୁ ଏହାର ନାମ ଥିଲା Backrub । ଯାହାକୁ ପରବର୍ତୀ ସମୟରେ ଗୁଗଲ କରାଯାଇଥିଲା।