ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳି ବାମନ ବେଶ ଅନୁଷ୍ଠିତ ହେବ। ବାମନ ବେଶରେ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବାକୁ ଥିବା ବେଳେ ବଡ଼ଭାଇ ଶ୍ରୀବଳଭଦ୍ର ବଳି ରାଜ ବେଶ ଧାରଣ କରିବା ସହ ଦେବୀ ସୁଭଦ୍ରା ରାଜା ବଳିଙ୍କ ପତ୍ନୀ ବିନ୍ଧ୍ୟା ବଳି ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦ୍ବିପ୍ରହର ଧୂପ ବଢିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ ।
ବଡ଼ସିଂହାର ବେଶ ପର୍ଯ୍ୟନ୍ତ ଏହି ବେଶ ରହିବାକୁ ଥିବା ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ । ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜାଙ୍କୁ ପାତାଳରେ ଚାପି ଦେଇଥିଲେ। ମହାପ୍ରଭୁଙ୍କ ଦଶ ଅବତାର ମଧ୍ୟରୁ ପଞ୍ଚମ ଅବତାର ହେଉଛି ବାମନ ଅବତାର । ଏହି ବେଶ ରମଣିୟ ହୋଇଥିବା ବେଳେ ପୁଷ୍ପାଳକ ଓ ସିଂହାରୀ ସେବକ ମହାପ୍ରଭୁଙ୍କୁ ଏହି ବେଶରେ ବିଭୂଷିତ କରିବେ।