ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବଲିଉଡର ବର୍ଷୀୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । ଅନୁରାଗ ଠାକୁର ତାଙ୍କର ଏକ୍ସ ହ୍ୟାଣ୍ଡେଲ ରେ ଜଣାଇଛନ୍ତି, ଭାରତୀୟ ସିନେମା ପ୍ରତି ଦୀର୍ଘ ବର୍ଷର ଅବଦାନ ପାଇଁ ଚଳିତ ବର୍ଷ ୱାହିଦା ରେହମାନଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ ।
‘ପ୍ୟାସା’, ‘ଗାଇଡ’, ‘ସାହେବ ବିବି ଔର ଗୁଲାମ’ , ‘ଖାମୋସି’ ପରି ଫିଲ୍ମରେ ନିଚ୍ଛକ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଜିତିଛନ୍ତି । ୫୦ ବର୍ଷର କ୍ୟାରିଅର ମଧ୍ୟରେ ୮୫ ବର୍ଷିୟା ୱାହିଦା ରେହେମାନ ବହୁ ସୁପରହିଟ ଫିଲ୍ମ ଦେଇଥିବା ବେଳେ ବେଶ ଲୋକପ୍ରିୟ ଅଭିନେତ୍ରୀ ହୋଇ ପାରିଥିଲେ । ନିଜ ନିଖୁଣ ଅଭିନୟ ପାଇଁ ସେ ନ୍ୟାସନାଲ ଫିଲ୍ମ ଫାୟାର ଆୱାର୍ଡ, ପଦ୍ମଶ୍ରୀ, ପଦ୍ମ ବିଭୂଷଣ ଆୱାର୍ଡରେ ସମ୍ମାନିତ ହୋଇ ସାରିଛନ୍ତି । ନିଜ କଠିନ ପରିଶ୍ରମ ବଳରେ ଭାରତୀୟ ଚଳଚ୍ଚିତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଫିଲ୍ମ ରେସ୍କା ଓ ସେରା ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ । ତେବେ ଗତ ବର୍ଷ ଆଶା ପାରେଖ ଏହି ସମ୍ମାନ ପାଇଥିବା ବେଳେ ଚଳିତ ବର୍ଷ ୱାହିଦା ଏହି ସମ୍ମାନରେ ସମ୍ମାନିତ ହେବେ ।